ବହୁ ଚର୍ଚ୍ଚିତ ଓଟିଇଟି କେଳେଙ୍କାରୀରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ; କିଏ ଫସିଲା ଆଉ କିଏ ଖସିଲା ତାକୁ ନେଇ ଚର୍ଚ୍ଚା

ପ୍ରଶ୍ନପତ୍ର କିଭଳି ଭାଇରାଲ ହେଲା? ଅନୁସନ୍ଧାନ କରି ସେ ସବୁର ତଥ୍ୟ ଚାର୍ଜସିଟରେ ଲେଖାଯାଇଛି । କେଳେଙ୍କାରୀ ଘଟଣାରେ ୮ଜଣ ଅଭିଯୁକ୍ତଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଥିବା ବେଳେ ସେମାନଙ୍କ ବିରୋଧରେ ସଙ୍ଗୀନ ଦପା ଲାଗିଛି ।

OTET scam case

OTET scam case Photograph: (KANAK NEWS)

କନକ ବ୍ୟୁରୋ: ବହୁଚର୍ଚ୍ଚିଚ Otet ପ୍ରଶ୍ନପତ୍ର କେଳେଙ୍କରୀ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଚାର୍ଜସିଟରେ କେଳେଙ୍କାରୀର ଭିତିର ତଥ୍ୟ ଦେଇଛି କ୍ରାଇମବ୍ରାଞ୍ଚ । ଚାର୍ଜସିଟ୍ ପରେ ଖୁବଶୀଘ୍ର ଅଭିଯୁକ୍ତ ମାନଙ୍କ ଶୁଣାଣି କୋର୍ଟରେ ଆରମ୍ଭ ହେବ ।

ଅଧିକ ପଢ଼ନ୍ତୁ--- ମାତିଛନ୍ତି ଶିକାରୀ, ବିପଦରେ ଜଙ୍ଗଲୀ ଜନ୍ତୁ

ଓଟିଇଟି କେଳେଙ୍କାରୀ: କ୍ରାଇମବ୍ରାଞ୍ଚ୍ ଚାର୍ଜସିଟ୍ 
କିଏ ଫସିଲା, କିଏ ଖସିଲା?

ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ମାମଲାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ୩୦୦ ପୃଷ୍ଠାର ଚାର୍ଜସିଟରେ ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତଙ୍କ କଳାକାରନାମାର ଚିଠା ରଖିଛି । ପରୀକ୍ଷା ଲାଗି କେମିତି ପ୍ରଶ୍ନପତ୍ର ଲାପଟପରୁ ଚୋରି ହେଲା? ତତ୍କାଳୀନ ଉପସଭାପତି ନିହାର ମହାନ୍ତିଙ୍କ ଲାପଟପକୁ ଡିଟିପି ଅପରେଟର ଜିତନ ମହାରଣା ଚଳାଇବାରେ କେମିତି ସକ୍ଷମ ହେଲା? ଜିତନ ଷଡ଼୍‌ଯନ୍ତ୍ର କରି ପ୍ରଶ୍ନପତ୍ର କିଭଳି ପଠାଇଲା? ପ୍ରଶ୍ନପତ୍ର କିଭଳି ଭାଇରାଲ ହେଲା? ଅନୁସନ୍ଧାନ କରି ସେ ସବୁର ତଥ୍ୟ ଚାର୍ଜସିଟରେ ଲେଖାଯାଇଛି । କେଳେଙ୍କାରୀ ଘଟଣାରେ ୮ଜଣ ଅଭିଯୁକ୍ତଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଥିବା ବେଳେ ସେମାନଙ୍କ ବିରୋଧରେ ସଙ୍ଗୀନ ଦପା ଲାଗିଛି ।

ଏବେ ବି ବାହାରେ ବୁଲୁଛନ୍ତି କାର୍ପଟଦାର୍?
ତାଲିକା ଧରି ବୁଲୁଛି କ୍ରାଇମବ୍ରାଞ୍ଚ୍ ! 

୭ରୁ ଅଧିକ ଜିଲ୍ଲାରେ ଏହି କେଳେଙ୍କାରୀର ଲିଙ୍କ୍ ସାମ୍ନାକୁ ଆସିଥିଲା। ହେଲେ ଏବେବି ଅନେକ ଦଲାଲ, ଶିକ୍ଷକ ନେତା କ୍ରାଇମ ବ୍ରାଞ୍ଚ କବଜା ବାହାରେ ରହିଛନ୍ତି । ତାଲିକା ଥିଲେ ବି କ୍ରାଇମବ୍ରାଞ୍ଚ କାହିଁକି ସେମାନଙ୍କ ପାଖରେ ପହଞ୍ଚି ପାରୁନି ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାର୍ପଟଦାରଙ୍କୁ କିଏ ସୁରକ୍ଷା ଦେଉଛି ନା କ୍ରାଇମବ୍ରାଞ୍ଚ୍ ହାଲୁକା ମନୋବୃତ୍ତି ଦେଖାଉଛି? ତାକୁ ନେଇ ଉଠିଛି ପ୍ରଶ୍ନ । 

ଜୁଲାଇ ୨୦ ତାରିଖରେ ଓଟିଇଟି ପରୀକ୍ଷା ରହିଥିଲା । ହେଲେ ଗୋଟିଏ ଦିନ ପୂର୍ବରୁ ପ୍ରଶ୍ନ ପତ୍ର ପ୍ରଘଟ ନେଇ ଖବର ଆସିବା ପରେ  ପରୀକ୍ଷାକୁ ବାତିଲ କରାଯାଇଥିଲା । ପ୍ରଶ୍ନ ଉଠୁଛି,

ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀରେ କେତେ ଟଙ୍କା କାରବାର ହୋଇଛି? 
କିଏ କେତେ ଟଙ୍କା ଲାଭ ପାଇଛି? 
ଓଟିଇଟି କେଳେଙ୍କାରୀ ଚେର ଆଉ କୁଆଡ଼େ ଲମ୍ବିଛି?
ଅନ୍ୟ ଦଲାଲ ଓ କାର୍ପଟଦାର ଗିରଫ ହେବେ କେବେ? ଭଳି ଅନେକ ତଥ୍ୟ ଏବେ ବି ସାମ୍ନାକୁ ଆସିବାକୁ ବାକି ଅଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe