ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲା: ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍‌ ଜେରା କଲା ସିବିଆଇ

୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍‌ ଜେରା କଲା ସିବିଆଇ । ଶୁକ୍ରବାର ଅପରାହ୍ଣ ପ୍ରାୟ ୩ଟାରୁ ରାତି ୧୧ଟା ଯାଏ ୮ଘଣ୍ଟା ଧରି ଅଧିକାରୀମାନେ ଏମାନଙ୍କୁ ମୁହାଁମୁହିଁ ଜେରା କରିଛନ୍ତି ।

2

SI EXam Photograph: (KanakNews)

କନକ ବ୍ୟୁରୋ: ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲା । ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍‌ ଜେରା କଲା ସିବିଆଇ । ଶୁକ୍ରବାର ଅପରାହ୍ଣ ପ୍ରାୟ ୩ଟାରୁ ରାତି ୧୧ଟା ଯାଏ ୮ଘଣ୍ଟା ଧରି ଅଧିକାରୀମାନେ ଏମାନଙ୍କୁ ମୁହାଁମୁହିଁ ଜେରା କରିଛନ୍ତି । ରାକେଟ୍‌ ସମ୍ପର୍କରେ ସିବିଆଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି । ୮ ଘଣ୍ଟା ଜେରା ପରେ ସିବିଆଇ ସେମାନଙ୍କୁ ଛାଡ଼ିଥିବା ଦେଖିବାକୁ ମିଳିଛି । ତେବେ ସିବିଆଇ ପକ୍ଷରୁ ୧୦ ଜଣଙ୍କୁ ସମନ କରାଯାଇଥିବା ବେଳେ ଶୁକ୍ରବାର ୪ ଜଣ ହାଜର ହୋଇଥିଲେ । ଆଜି ଅନ୍ୟମାନେ ସିବିଆଇରେ ହାଜର ହେବାର ସମ୍ଭାବନା ରହିଛି । ପୁଲିସ ଏସ୍‌ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା । ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍‌ ଟେକ୍‌ଲାବ୍ ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା । ସିଲିକନ୍‌ ଏହାକୁ ସବ୍‌ଲେଟ୍‌ରେ ବ୍ରହ୍ମପୁରର ପଞ୍ଚସଫ୍ଟକୁ ଦେଇଥିଲା । 

ଶୋଇ ପଡ଼ିଛି ବାରିପଦା ସହରର ସିସିଟିଭି କ୍ୟାମେରା, ୬୪ ରୁ ୫୭ ଅଚଳ, ପ୍ରହସନ ପାଲଟିଛି ସିଟି ସର୍ଭିଲାନ୍ସ ସିଷ୍ଟମ

ସେଣ୍ଟର ତଦାରଖଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ପଞ୍ଚସଫ୍ଟକୁ ମିଳିଥିଲା । ପଞ୍ଚସଫ୍ଟକୁ ଦାୟିତ୍ବ ମିଳିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି କେଳେଙ୍କାରୀ ଯୋଜନା କରିଥିଲେ । ଏହି ଅପରାଧ ସିଣ୍ଡିକେଟ୍‌ରେ ଦକ୍ଷିଣ ଓଡ଼ିଶାକୁ ମୁନା ମହାନ୍ତି ଓ ଉତ୍ତର ଓଡ଼ିଶାକୁ ଅରବିନ୍ଦ ଦାସ ସମ୍ଭାଳୁଥିଲା । ଏମାନଙ୍କ ଅଧୀନରେ ୧୦ ଜଣ ଲେଖାଏଁ ଏଜେଣ୍ଟ ଥିଲେ । ସେମାନେ ଆଶାୟୀ ପ୍ରାର୍ଥୀଙ୍କୁ ଯୋଗାଡ଼ କରୁଥିଲେ । ଆଶାୟୀଙ୍କଠାରୁ ମୁନା ଆଗୁଆ ମୂଳ ପ୍ରମାଣପତ୍ର ହାତେଇବା ସହ ଶଙ୍କର ସହ ଯୋଗାଯୋଗ କରି ଏହାକୁ ସେ ହାଇଦ୍ରାବାଦ ସଂସ୍ଥା ପାଖକୁ ପଠାଉଥିଲା । ମୁନା ୧୧୪ ଜଣ ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ପରେ ସେମାନଙ୍କୁ ହାଇଦ୍ରାବାଦର ଏକ ସଂସ୍ଥାରେ ପ୍ରଶ୍ନପତ୍ର ସମ୍ପର୍କରେ ତାଲିମ ଦେଇଥାନ୍ତା । ଯୋଜନା ମୁତାବକ ଆଶାୟୀମାନେ ପ୍ରଥମେ ଭୁବନେଶ୍ବରର ବିଭିନ୍ନ ହୋଟେଲରେ ରହିଥିଲେ । ଅକ୍ଟୋବର ୨୯ ତାରିଖରେ ଖଣ୍ଡଗିରିରୁ ୧୧୪ ଆଶାୟୀଙ୍କୁ ବସ୍‌ରେ ବିଜୟନଗରମ୍‌କୁ ନିଆଯାଇଥିଲା । ୩୦ ତାରିଖରେ ବ୍ରହ୍ମପୁର ପୁଲିସ ଏହି ବସ୍‌ଗୁଡ଼ିକୁ ଜବତ କରିବା ସହ ୧୧୪ ଆଶାୟୀ ଓ ୩ ଦଲାଲଙ୍କୁ ଗିରଫ କରିବା ପରେ ଘଟଣା ପଦାକୁ ଆସିଥିଲା । ଏହା ପରେ ଆହୁରି ୧୧୦ ଆଶାୟୀ ପ୍ରାର୍ଥୀ ଫେରାର ହୋଇ ଯାଇଥିଲେ ।

ଏସଆଇ କେଳେଙ୍କାରୀ; ସିବିଆଇ ଜେରା
-ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା
-୪ ପରୀକ୍ଷାର୍ଥୀଙ୍କୁ ସିବିଆଇର ମାରାଥନ ଜେରା
-ସମନ ପରେ ହାଜର ହେଲେ ପରୀକ୍ଷାର୍ଥୀ 
-ମୋଟ ୧୦ଜଣଙ୍କୁ ସିବିଆଇ କରିଛି ସମନ
-ଆଜି ବି କିଛି ଜଣ ସିବିଆଇ ଅଫିସରେ ହାଜର ହୋଇପାରନ୍ତି
-ପୂର୍ବରୁ ୧୧୪ ପରୀକ୍ଷାର୍ଥୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe