ରାଜଧାନୀରେ ଫୁଟିଲା ବୋମା, ଛିଡ଼ିଲା ହାତ

Advertisment

ଛିଡ଼ିପଡ଼ିଲା ପାପୁଲି । ଯୁବକକୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଉସୀ ମା' ଛକରେ ବଡ଼ ଅଘଟଣ । ପ୍ରତିପକ୍ଷ ଗୋଷ୍ଠୀକୁ ଆକ୍ରମଣ କରିବାକୁ ଆସିଥିବା ଯୁବକଙ୍କ ହାତରେ ବୋମା ଫୁଟିଥିବା ଜଣାପଡ଼ିଛି । ହାତରେ ବୋମା ଫୁଟିବାରୁ ହାତ ପାପୁଲି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି । 

ଛିଡ଼ିପଡ଼ିଲା ପାପୁଲି । ଯୁବକକୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଉସୀ ମା' ଛକରେ ବଡ଼ ଅଘଟଣ । ପ୍ରତିପକ୍ଷ ଗୋଷ୍ଠୀକୁ ଆକ୍ରମଣ କରିବାକୁ ଆସିଥିବା ଯୁବକଙ୍କ ହାତରେ ବୋମା ଫୁଟିଥିବା ଜଣାପଡ଼ିଛି । ହାତରେ ବୋମା ଫୁଟିବାରୁ ହାତ ପାପୁଲି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି । 

Booming

Booming Photograph: (KanakNews)

କନକ ବ୍ୟୁରୋ: ରାଜଧାନୀରେ ଫୁଟିଲା ବୋମା । ଗୋଷ୍ଠୀ ସଂଘର୍ଷ ବେଳେ ହାତରେ ବୋମା ଫୁଟି ଯୁବକ ଗୁରୁତର । ଛିଡ଼ିପଡ଼ିଲା ପାପୁଲି । ଯୁବକକୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଉସୀ ମା' ଛକରେ ବଡ଼ ଅଘଟଣ । ପ୍ରତିପକ୍ଷ ଗୋଷ୍ଠୀକୁ ଆକ୍ରମଣ କରିବାକୁ ଆସିଥିବା ଯୁବକଙ୍କ ହାତରେ ବୋମା ଫୁଟିଥିବା ଜଣାପଡ଼ିଛି । ହାତରେ ବୋମା ଫୁଟିବାରୁ ହାତ ପାପୁଲି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି । 

ପୁଣି ବଢିଲା ଋଷ ଓ ଆମେରିକା ମଧ୍ୟରେ ଉତ୍ତେଜନା: ଭେନେଜୁଏଲା ନିକଟରେ ଋଷ ତେଲ ଜାହାଜକୁ କବଜା କଲା ଆମେରିକା ନୈାସେନା

ଖବର ମୁତାବକ ଚିନ୍ତାମଣିଶ୍ୱର ଅଞ୍ଚଳରେ କିଛି ଦିନ ହେଲା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଅଞ୍ଚଳରେ ପତିଆରା ବଢ଼ାଇବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଦିନକୁ ଦିନ ବିବାଦ ବଢ଼ିବାରୁ ଦୁଇ ଗୋଷ୍ଠୀ ବିଭିନ୍ନ ସମୟରେ ମୁହାଁମୁହିଁ ହେଉଥିଲେ ଓ ସେମାନଙ୍କ ମଧ୍ୟରେ ଛକାପଞ୍ଝ ଆରମ୍ଭ ହୋଇଯାଇଥିଲା । ବୁଧବାର ରାତିରେ କଳ୍ପନା ଛକ ନିକଟରେ ଗୋଟିଏ ଗୋଷ୍ଠୀର କିଛି ଯୁବକ ବସି ଖଟି କରିଥିଲେ । ଏହି ସମୟରେ ପ୍ରତିପକ୍ଷ ଗୋଷ୍ଠୀ ଆସି ସେଠାରେ ଆକ୍ରମଣ କରିଥିଲେ । ଜଣେ ଯୁବକ ବୋମା ମାଡ଼ କରିବାକୁ ହାତରେ ବୋମା ଧରି ଆସିଥିଲା । ଧସ୍ତାଧସ୍ତି ସମୟରେ ଯୁବକ ତଳେ ପଡ଼ିଯିବାରୁ ହାତରେ ବୋମା ଫୁଟିଯାଇଥିଲା । ବୋମା ଫୁଟିବା ପରେ ସମସ୍ତେ ଯିଏ ଯୁଆଡେ ପାରିଲେ ଦୌଡ଼ି ପଳାଇଥିଲେ । ପୁଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଏହି ଘଟଣାରେ ଜଣକୁ ଅଟକ ରଖି ଖୋଳତାଡ଼ କରୁଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe