Crime Photograph: (Kanak News)
କନକ ବ୍ୟୁରୋ : ୨୦୨୫ରେ ଓଡ଼ିଶା ମୁଣ୍ଡରେ ବୋଳି ହୋଇଥିଲା ଅପରାଧର ବହୁ କଳଙ୍କ । ଆଶା କରାଯାଉଥିଲା ୨୦୨୬ରେ ଏଥିରେ ରୋକ୍ ଲାଗିବ । ଅପରାଧୀଙ୍କ ଭିତରେ ପୁଲିସ ପ୍ରତି ଭୟ ବଢ଼ିବ, ଅପରାଧ କମିବ । କିନ୍ତୁ ବର୍ଷ ଆରମ୍ଭରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଯେଉଁ ଭଳି ହତ୍ୟା, ଦୁଷ୍କର୍ମ, ଲୁଟ୍ ବଢ଼ି ଚାଲିଛି ତାହା ଚିନ୍ତାଜନକ ।
ସ୍ମାର୍ଟ ସିଟି, ନା କ୍ରାଇମ୍ ସିଟି । ବର୍ଷ ଆରମ୍ଭରୁ ଅବସ୍ଥା ବାର ବାଜିଲାଣି । କେବଳ ରାଜଧାନୀର ଅପରାଧ ଉପରେ ନଜର ପକାଇଲେ ଆପଣଙ୍କ ମୁଣ୍ଡ ଘୁରାଇ ଦେବ । ବର୍ଷର ପ୍ରଥମ ସପ୍ତାହରେ କେବଳ ଭୁବନେଶ୍ୱରରେ ରୁଜୁ ହୋଇଛି ୨୭୭ ମାମଲା । ଆଉ ତା ସହିତ ୫୫ଟି ଷ୍ଟେସନ୍ ଡାଏରି କରିଛି ପୁଲିସ । ୨୭୭ ମାମଲା ଭିତରୁ ସର୍ବାଧିକ ୪୦ଟି ଚୋରି ଓ ୮ଟି ଦୁଷ୍କର୍ମ ମାମଲା । ୧୫ଟି ଲୁଟ୍, ୧୧ଟି ସିନ୍ଧିଚୋରି, ୨୧ଟି ଦୁର୍ଘଟଣା, ୧୮ଟି ହତ୍ୟା ଉଦ୍ୟମ ସହ ମାରପିଟ୍ ମାମଲା ବି ଦାୟର ହୋଇଛି । ଏସବୁ ଭିତରେ ଭରତପୁର ଥାନାର ସର୍ବାଧିକ ୨୪ଟି ମାମଲା ରୁଜୁ ହୋଇଛି । ଯାହାକୁ ନେଇ ଆଇନଶୃଙ୍ଖଳା ବିଗିଡ଼ି ଯାଉଥିବା କଥା କହିଛନ୍ତି ପୁର୍ବତନ ପୁଲିସ ଡିଜି ।
ଅଧିକ ପଢ଼ନ୍ତୁ : ବିଧାନସଭା ଆଗରେ ବୁଲିଲା ଖଣ୍ଡା: ବଟି ମାଗି ଯୁବକଙ୍କ ଦାଦାଗିରି
ଖାଲି ଭୁବନେଶ୍ୱର ନୁହେଁ, ସାରା ରାଜ୍ୟର ସ୍ଥିତି ସମାନ । ବର୍ଷ ଆରମ୍ଭରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ହତ୍ୟା, ଲୁଟ୍, ଦୁଷ୍କର୍ମ ଭଳି ଶହ ଶହ ଖବର ବଢିଛି । ଜାନୁଆରି ୯ରେ
ଶବ ସତ୍କାର ପାଇଁ ଭଦ୍ରକରୁ ଆସିଥିବା ରଞ୍ଜନ ଦାସଙ୍କୁ ସ୍ୱର୍ଗଦ୍ୱାର ସମ୍ମୁଖରେ ଛୁରିରେ ତଣ୍ଟି କାଟି ହତ୍ୟା କରିଥିଲେ ଦୁର୍ବୃତ୍ତ । ଜାନୁଆରି ୩ରେ ଚୋର ସନ୍ଦେହରେ କଟକ ମଙ୍ଗୁଳି ଅଞ୍ଚଳର ଦୁଇ ଯୁବକଙ୍କୁ ପିଟିପିଟି ମାରିଦେଇଥିଲେ । ଜାନୁଆରି ୧୦ରେ ରାୟଗଡ଼ାର ଜଣେ ୩୭ବର୍ଷୀୟ ଯୁବକଙ୍କୁ ମାରି ଟାଙ୍ଗି ଦେଇଥିଲା ସମ୍ପର୍କୀୟ । ଜାନୁଆରି ୧୧ରେ କଟକ ଖାନନଗର ଅଞ୍ଚଳରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା । ଜାନୁଆରି ୧୨ରେ ଉଦଳାରେ ୬୫ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ ପରେ ଅଭିଯୁକ୍ତ ପଡ଼ୋଶୀ ପଥରରେ ଛେଚି ହତ୍ୟା କରିଛି ଦୁବୃର୍ତ୍ତ । ମହିଳା ଓ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା ବି ବଢିଥିବା ଦେଖାଯାଇଛି । ଯାହାକୁ ନେଇ ନିଜକୁ ଅସୁରକ୍ଷିତ ମଣୁଥିବା କହିଛନ୍ତି ସାମାଜିକ କର୍ମୀ ।
ରାଜ୍ୟରେ ସାଇବର ସୈତାନଙ୍କ କାରନାମାକୁ ନେଇ ଚିନ୍ତାରେ ରାଜ୍ୟବାସୀ । ନୂଆ ନୂଆ ତରିକା ଆପଣାଇ ଆକାଉଣ୍ଟ ସଫା କରି ଦେଉଛନ୍ତି ଠକ । ସାଇବର ଅପରାଧୀଙ୍କୁ ସାବାଡ ପାଇଁ ଓଡ଼ିଶାର ପୁଲିସ ଯେମିତି ସବୁଠୁ ପଛରେ ।
Follow Us