କନକ ବ୍ୟୁରୋ:ବିଧାନସଭା ସାମ୍ନାରେ ବୁଲିଲା ଖଣ୍ଡା । ବଟି ମାଗି ଯୁବକ କରୁଛନ୍ତି ଦାଦାଗିରି । ବିଚ୍ ରାସ୍ତାରେ ମହିଳା ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ । ବଟି ନ ଦେଲେ ମାରି ଦେବାର ଧମକ ଦେଉଛନ୍ତି ଦୃର୍ବୃତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ବିଧାନସଭା ସାମ୍ନାରେ ଥିବା ଆଇଜି ପାର୍କ ପାଖରେ । ଜଣେ ମହିଳା ଖାଦ୍ୟ ଷ୍ଟଲ୍ କରି ମଧ୍ୟାହ୍ନ ଭୋଜନ ବିକ୍ରି କରୁଥିବା ବେଳେ ହଠାତ୍ ଜଣେ ଦୁର୍ବୃତ୍ତ ଆସି ତାଙ୍କୁ ବଟି ମାଗିଥିଲା । ମହିଳା ଜଣଙ୍କ ବଟି ଦେବାକୁ ମନା କରିବାରୁ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଖଣ୍ଡା ତାଙ୍କୁ ଆକ୍ରମଣ କରିଥିଲା ।
ଜାଳିଦେଲା ଅବ୍ୟବସ୍ଥାର ନିଆଁ ! ନଷ୍ଟ ହୋଇଗଲା ୮ ଏକର ଜମିର ଫସଲ
ତେବେ କୌଣସି ମତେ ମହିଳା ଜଣଙ୍କ ଜୀବନ ବଞ୍ଚାଇବାକୁ ପ୍ରୟାସ କରିଥିଲେ । ପାଟିଶୁଣି ସାଧାରଣ ଲୋକ ରୁଣ୍ଡ ହୋଇଯିବାରୁ ଦୃର୍ବୁତ୍ତକୁ ତାଙ୍କ ସମ୍ପର୍କୀୟମାନେ ଉଠାଇ ନେଇଥିଲେ । ତେବେ ହାଇ ସିକୁ୍ରିଟି ଅଞ୍ଚଳରେ ଏଭଳି ଘଟଣାକୁ ନେଇ ଉଠିଛି ପ୍ରଶ୍ନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2026/01/13/crime-infront-of-assembly-2026-01-13-19-07-42.jpg)