Crime Photograph: (KanakNews)
କନକ ବ୍ୟୁରୋ: ଆସୁଛି ନୂଆବର୍ଷ, ଜାତୀୟ ରାଜପଥ କଡ଼ରେ ଥିବା ହୋଟେଲରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ । ସବୁ ଜାଣି ଅଜଣା ହେଉଛି ପୁଲିସ୍, ପଚାରିଲେ ଉତ୍ତର ମିଳୁଛି ସେମିତି କିଛି ମିଳିଲେ ତ ଆମେ ଧରିବୁ । ବାଲେଶ୍ବର ଖନ୍ତାପଡ଼ା ଥାନା ୧୬ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ହୋଟେଲରୁ ସାମ୍ନାକୁ ଆସିଛି ଏଭଳି ଘଟଣା । କନକ ନ୍ୟୁଜ୍ ହାତରେ ଲାଗିଛି ଏହାର ଏକ୍ସକ୍ଲ୍ୟୁସିଭ୍ ଫୁଟେଜ, କିପରି ଗ୍ରାହକଙ୍କ ସହ ଡିଲ୍ ଚଳାଇଛନ୍ତି ହୋଟେଲ ମାଲିକ ।
ଦେଶର ଏହି ରାଜ୍ୟ, କୋଟିପତିଙ୍କ ସ୍ଥାନ
ବାଲେଶ୍ବର, ଜଳେଶ୍ବର, ଭଦ୍ରକ, ଯାଜପୁର ସମେତ ପଶ୍ଚିମବଙ୍ଗର ଯୁବତୀ ମାନଙ୍କୁ ଅଣାଯାଇ ଏଠାରେ ଦେହ ବ୍ୟବସାୟରେ ଲଗାଯାଉଛି । ରାତିକୁ ୪ ହଜାର ଟଙ୍କାରୁ ଆରମ୍ଭ କରି ପୁରା ୧୦ ହଜାର ଟଙ୍କା ଯାଏ ଦର ନିର୍ଦ୍ଧାରିତ କରିଛନ୍ତି ହୋଟେଲ ମାଲିକ । ଆଶ୍ଚର୍ଯ୍ୟର କଥା ଖନ୍ତାପଡ଼ା ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ଏହି ହୋଟେଲଟି ରହିଥିବା ବେଳେ ପୁଲିସ୍ କିପରି ଏହାର ଟେର୍ ପାଉନି । କେବଳ ଏଇ ଗୋଟିଏ ହୋଟେଲ ନୁହେଁ, ଏଠାରେ ବେଆଇନ ଭାବେ ଗଢ଼ି ଉଠିଥିବା ମାଳ ମାଳ ହୋଟେଲ ଓ ଲଜ୍ରେ ଦେହ ବ୍ୟବସାୟ ଚାଲିଥିବା ବେଳେ କଣ କରୁଛି ପ୍ରଶାସନ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଆମେ ଖନ୍ତାପଡ଼ା ଥାନା ଅଧିକାରୀଙ୍କୁ ପଚାରିଥିଲୁ । ଆମେ ନିୟମିତ ରେଡ୍ କରୁଛି, ଏଭଳି କିଛି ମିଳିଲେ ତ ଆମେ ଧରିବୁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ରାସ୍ତାକଡ଼ରେ ଖୁଲମଖୁଲା ଦେହ ବ୍ୟବସାୟ ଚାଲିଥିବା ବେଳେ ଏହା ଉପରେ ରୋକ୍ ଲଗାଯିବା ସହ ହୋଟେଲ୍ ମାଲିକ ମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ।
Follow Us