କନକ ବ୍ୟୁରୋ: ମ୍ୟୁଜିକ ଶୁଣିଲେ, ମାଡ଼ ମାରିଲେ । ଫିଲ୍ମ ଷ୍ଟାଇଲରେ ନାବାଳକଙ୍କୁ ମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନାବାଳକଙ୍କୁ ଅପହରଣ କରି ମାଡ଼ ମାରିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ପରେ ବନ୍ଧା ହେଲେ ୭ ଅଭିଯୁକ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ୧୪ ବର୍ଷୀୟ ନାବାଳକକୁ ଅପହରଣ କରି ନିସ୍ତୁକ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଛି । ମାଡ଼ମାରିବାର ଭିଡିଓ ଭାଇରାଲ ପରେ ଧଉଳି ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଛି । ଏଥିରେ ସମ୍ପୃକ୍ତି ଥିବା ଅନ୍ୟମାନେ ଫେରାର ଅଛନ୍ତି । ଘଟଣାଟି ଭୁବନେଶ୍ବର ଧଉଳି ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା: ସିବିଆଇ ତଦନ୍ତ ନେଇ କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ଼ ବୟାନ
ସୂଚନା ଅନୁଯାୟୀ ଧଉଳି ଥାନା ଗୋପୀନାଥପୁର କୃଷ୍ଣପୁର ଗାଁର ୧୪ ବର୍ଷୀୟ ନାବାଳକକୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ନିସ୍ତୁକ ମାଡ଼ ମାରିଥିଲେ । ୨୦ ରୁ ୨୫ ଦିନ ତଳେ ଏକ ନିକାଞ୍ଚ ସ୍ଥାନକୁ ନେଇ ମାଡ଼ ମାରିବା ସହ ଧମକାଇଥିଲେ । ପିଲାଟି ଯେତେ କାକୁତି ମିନତି କରିଥିଲେ ହିଁ ସେମାନେ ତାକୁ ଛାଡି ନଥିଲେ । ଏପରିକି ଘର ଲୋକଙ୍କୁ କହିଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ଫଳରେ ନାବାଳକ ଜଣଙ୍କ ଭୟରେ ଏ ବିଷୟରେ ଘର ଲୋକଙ୍କୁ କହିନଥିଲା । ମାତ୍ର ଏହି ମାଡ ମାରିବା ଘଟଣାର ଭିଡିଓ ସେମାନଙ୍କ ମଧ୍ୟରୁ କେହି ଜଣେ ଉତ୍ତୋଳନ କରିଥିଲା । ଯାହାକି ପରଵର୍ତ୍ତି ସମୟରେ ଭାଇରାଲ ହୋଇଥିଲା । ଭିଡିଓ ଭାଇରାଲ ହେବା ପରେ ନାବାଳକଙ୍କ ମା' ଗତକାଲି ରାତିରେ ଧଉଳି ଥାନାରେ ଅଭିଯୋଗ କରିଥିଲେ । ଭିଡିଓକୁ ଆଧାର କରି ପୁଲିସ୍ ୬ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଭଦ୍ରକ ଅଞ୍ଚଳରୁ ଗିରଫ କରିଛି ଧଉଳି ଥାନା ପୁଲିସ । ଅନ୍ୟଜଣଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ପ୍ରଦୀପ କିଶୋର ନାୟକ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/31/29-2025-10-31-11-44-17.jpg)