କନକ ବ୍ୟୁରୋ : ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଓକିଲ । ଏନେଇ କୋର୍ଟରେ ଓକିଲାତିନାମା ଦାଖଲ କରିଛନ୍ତି ୪୪ ଓକିଲ । ବିକ୍ରମ ପଣ୍ଡାଙ୍କ ସମେତ ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ ମଧ୍ୟ ୪୪ ଓକିଲ ଲଢ଼ିବେ। ସପେଟେ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଦାସକୁ ଛାଡିଛି ପୁଲିସ । ଗତକାଲି ବିଳମ୍ବିତ ରାତିରେ ଛାଡିଥିବା ସୂଚନା ମିଳିଛି । ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଥିଲେ ସୁଦର୍ଶନ । ସେ ତଦନ୍ତରେ ସହଯୋଗ କରୁଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।
ଆଇନଜୀବୀ ପୀତବାସ ହତ୍ୟା ମାମଲା; ଗିରଫ ପିଣ୍ଟୁ ଦାସଙ୍କ ଜୀବନ ପ୍ରତି ବିପଦ
ଅନ୍ୟପଟେ ଘଟଣାରେ ଗିରଫ ପିଣ୍ଟୁ ଦାସଙ୍କ ଜୀବନ ପ୍ରତି ରହିଛି ବିପଦ । ଏପରି ଆଶଙ୍କା କରିଛନ୍ତି ବ୍ରହ୍ମପୁର ମଣ୍ଡଳ କାରାଗାର ଜେଲର । ତେଣୁ ତାଙ୍କୁ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲ୍କୁ ସ୍ଥାନାନ୍ତର ପାଇଁ ସେ ଏସଡିଜେଏମ କୋର୍ଟରେ ଆବେଦନ କରିଛନ୍ତି । ପିଣ୍ଟୁ ଦାସଙ୍କ ଘନିଷ୍ଠ ସହଯୋଗୀ ଶାନ୍ତି ମିଶ୍ର ହତ୍ୟା ମାମଲାର ଅଭିଯୁକ୍ତମାନେ ବି ଏହି ଜେଲ୍ରେ ଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଜେଲର ଦର୍ଶାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/24/36-2025-10-24-11-39-20.jpg)