କନକ ବ୍ୟୁରୋ : ମହଙ୍ଗା ପଡିଲା ଜେଏନୟୁ ଷ୍ଟାଇଲରେ ମାର୍କେଟ ବିଲଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ । ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ଦଙ୍ଗା ଭଳି ସାଂଘାତିକ ଦଫା । ଏହି ସୂଚନା ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ । ମାର୍କେଟ ବିଲଡିଂ ଆକ୍ରମଣ ଘଟଣାରେ ୩୦ଜଣ ସଂପୃକ୍ତ ଥିଲେ, ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଚିହ୍ନଟ କରାଯାଇଛି । ଆଜି ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଅଭିଯୁକ୍ତମାନେ କୌଣସି ଦଳର ନୁହଁନ୍ତି, ଅଧିକାଂଶ ସ୍କୁଲ ପିଲା ବୋଲି କହିଛନ୍ତି କମିସନର । ମୁଖାପିନ୍ଧି ଆତଙ୍କ ଚଲାଇଥିବା ଦୁର୍ବୃତଙ୍କ ମଧ୍ୟରେ ୧୨ ଜଣ ନାବାଳକ ଓ ୬ ସାବାଳକ ଥିଲେ । ଗତକାଲି ମାରପିଟ ପରେ ଘଟଣାସ୍ଥଳରୁ ୨ ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପୀ, ଚିଂଟୁ ଓ ପ୍ରୀତମ ବୋଲି ସୂଚନା ଦେଇଛନ୍ତି କମିିସନର ସୁଧାଂଶୁ ଷଡଙ୍ଗୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/DANGA.jpg)