କୋଭିଡ ହସ୍ପିଟାଲରୁ ଫେରିବା ପରେ ସାଂଘାତିକ ଅଭିଯୋଗ । ସରକାର କରୋନା ପଜିଟିଭ ରିପୋର୍ଟ ଦେଇନଥିବା କହିଲେ ଯାଜପୁରର ସୌଭାଗ୍ୟ ମିଶ୍ର । ପ୍ରଶ୍ନ ଉଠିଲା ସୁସ୍ଥ ହେବାପରେ ଆକ୍ରାନ୍ତ ବ୍ୟକ୍ତିଙ୍କ କରାଯାଉଛି ତ କୋଭିଡ ଟେଷ୍ଟ ?

1,125

କନକ ବ୍ୟୁରୋ : କୋଭିଡ ହସ୍ପିଟାଲରୁ ଫେରିବା ପରେ ଜଣେ ବ୍ୟକ୍ତି ଆଣିଛନ୍ତି ସାଂଘାତିକ ଅଭିଯୋଗ । ଅଭିଯୋଗ ହେଲା, ସେ ସୁସ୍ଥ ଥିବା ଅବସ୍ଥାରେ ହସ୍ପିଟାଲ ଯାଇଥିଲେ ଏବଂ ସୁସ୍ଥ ଅବସ୍ଥାରେ ହସ୍ପିଟାଲରୁ ଫେରିଲେ । କରୋନା ପଜିଟିଭ ହେବା ନେଇ କୌଣସି ରିପୋର୍ଟ ସରକାର ତାଙ୍କୁ ଦେଇନାହାନ୍ତି । କିମ୍ବା ସ୍ୱାବ ଟେଷ୍ଟର କୌଣସି ରିପୋର୍ଟ ତାଙ୍କୁ ଦିଆଯାଇନାହିଁ । ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଯାଜପୁରର ସୌଭାଗ୍ୟ ମିଶ୍ର ।

ସୌଭାଗ୍ୟଙ୍କ କହିବା ହେଲା, ଗତମାସ ୮ ତାରିଖରେ ୪ଜଣ ବନ୍ଧୁଙ୍କ ସହିତ ଟାଟା ସୁମୋ ଗାଡିରେ କୋଲକାତାରୁ ଓଡିଶା ଫେରିଥିଲେ । ଓଡିଶା ଫେରିବା ପରେ ଯାଜପୁରର ସୁଆଁସାଇ ସଂଗରୋଧ କେନ୍ଦ୍ରରେ ରହିଥିଲେ ।  ସେଠାରେ ତାଙ୍କର ସ୍ୱାବ ଟେଷ୍ଟ ହୋଇଥିଲା । ୫ଦିନ ରହିବା ପରେ ତାଙ୍କୁ କୁହାଯାଇଥିଲା ସେ କରୋନା ପଜିଟିଭ । ସଙ୍ଗେ ସଙ୍ଗେ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ୧୦ ଦିନ ରହିବା ପରେ ତାଙ୍କୁ ଛଡାଯାଇଥିଲା । ଏଠି ପ୍ରଶ୍ନ ଉଠୁଛି ଯେ କୋଭିଡ୍ ହସ୍ପିଟାଲରୁ ଛାଡ ପାଇବା ପୂର୍ବରୁ ଆକ୍ରାନ୍ତ ବ୍ୟକ୍ତିଙ୍କ କୋଭିଡ ଟେଷ୍ଟ କରାଯାଉଛି କି?