ବିବାହ ଓ ଶବ ସତ୍କାର ନେଇ କଠୋର ହେଲେ ରାଜ୍ୟ ସରକାର । ବରଯାତ୍ରୀ ଶୋଭାଯାତ୍ରା ମନା । କୋଭିଡ୍ ନିୟମ କଡାକଡି ପାଳନ କରିବାକୁ ଜାରି ହେଲା ନିର୍ଦ୍ଦେଶନାମା

952

କନକ ବ୍ୟୁରୋ : ବୁଲେଟିନ୍ ଆରମ୍ଭ କରିବା ଏକ ବଡ ଖଭରରୁ । କରୋନା ମହାମାରୀ ଭିତରେ ବିବାହ ଉତ୍ସବ ଓ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ପୁଣି ବଢିଛି କଟକଣା । ସ୍ୱତନ୍ତ୍ର ରିଲିଫ କମିଶନର ନୂଆ କୋଭିଡ ମାର୍ଗଦର୍ଶିକା ଜାରି କରି ଏହାକୁ ପାଳନ କରିବାକୁ କଡାକଡି ଭାବେ ନିର୍ଦେଶ ଦେଇଛନ୍ତି । ବାହାଘର ହେବ ହେଲେ ବରଯାତ୍ରୀ ଶୋଭାଯାତ୍ରା ମନା । ବିବାହ ଉତ୍ସବ ପାଇଁ ସ୍ଥାନୀୟ ଥାନାର ଅନୁମତି ବାଧ୍ୟତାମୂଳକ । ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି । ବର, କନ୍ୟା, ପରିବାର ସଦସ୍ୟ, ସମ୍ପର୍କୀୟ, ବନ୍ଧୁ, ପୂଜକ, ରୋଷେୟା ସମେତ ୫୦ ଜଣ ସାମିଲ ହୋଇପାରିବେ । ସ୍ଥାନୀୟ ଥାନା ଏହାର ତଦାରଖ କରିବେ ।

ଇନଫ୍ଲୁଏନଜା ଏବଂ ଗୁରୁତର ଶ୍ୱାସ ରୋଗ ଥିବା ବ୍ୟକ୍ତିଙ୍କୁ ବିହାହ କାର୍ଯ୍ୟରେ ସାମିଲ ମନା । ୬୫ ବର୍ଷିୟ ବୟସ୍କ, ୧୦ ବର୍ଷରରୁ କମ୍ ବୟସର ଶିଶୁ, ଗର୍ଭବତୀଙ୍କୁ ଉତ୍ସବରେ ସାମିଲ ନହେବାକୁ ପରାମର୍ଶ । ବିବାହ ଉତ୍ସବରେ ସର୍ବନିମ୍ନ ୨ ମିଟର ସାମାଜିକ ଦୂରତା ଜରୁରୀ । ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ପାନ, ଗୁଟଖା ଖାଇ ବାହାରେ ଛେପ ପକାଇବା ନିଷେଧ । ଆୟୋଜନକାରୀ ବିବାହ ସ୍ଥଳରେ ହାତ ଧୋଇବାକୁ ସାବୁନ ଏବଂ ସାନିଟାଇଜର ବ୍ୟବସ୍ଥା କରିବେ । ଭୋଜି ଖାଇବା ବେଳେ ମଧ୍ୟ ୨ ମିଟର ଦୂରତା ରଖିବା ଜରୁରୀ ।

ସେହିପରି ଶେଷ କୃତ୍ୟ ପାଇଁ ମଧ୍ୟ କଟକଣା ଜାରି ହୋଇଛି । ଏସଆରସିଙ୍କ ନୂଆ ମାର୍ଗଦର୍ଶିକା ଅନୁଯାୟୀ, ଶେଷକୃତ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଥାନାର ଅନୁମତି ଜରୁରୀ । ମୃତ୍ୟୁ ଘଟିଥିବା ଅଂଚଳ ଅର୍ଥାତ ଘର ଏବଂ ଶବଦାହ ହେବାକୁ ଥିବା ଅଂଚଳରେ ଥିବା ଥାନାର ଅନୁମତି ନେବାକୁ ପଡିବ । ଶେଷକୃତ୍ୟ କାର୍ଯ୍ୟକ୍ରମରେ ସର୍ବାଧିକ ୨୦ ଜଣ ସାମିଲ ହୋଇପାରିବେ । ପରିବାର, ବନ୍ଧୁ, ସମ୍ପର୍କୀୟ, ପୂଜକ, ଡ୍ରାଇଭର ଓ ଗାଡି ଷ୍ଟାଫଙ୍କ ସମେତ ସର୍ବାଧିକ ୨୦ ଜଣଙ୍କୁ ଅନୁମତି । ଅନ୍ତ୍ୟେଷ୍ଟି ବେଳେ ସର୍ବନିମ୍ନ ୨ ମିଟର ଦୂରତା ଜରୁରୀ । ଶେଷକୃତ୍ୟରେ ସାମିଲ ହେଉଥିବା ସମସ୍ତ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ପାନ, ଗୁଟଖା ଖାଇ ବାହାରେ ଛେପ ପକାଇବା ନିଷେଧ । ଆୟୋଜନକାରୀ ବିବାହ ସ୍ଥଳରେ ହାତ ଧୋଇବାକୁ ସାବୁନ ଏବଂ ସାନିଟାଇଜର ବ୍ୟବସ୍ଥା କରିବେ ।