ରାଜଧାନୀର ପରିସ୍ଥିତି ସଂଗୀନ । ହଜାରେ ଆଡ଼କୁ ଭୁବନେଶ୍ୱର । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ

Advertisment
କୋଭିଡ୍ ପରିଚାଳନାକୁ ଅଧିକ ଶୃଙ୍ଖଳିତ କରିବାକୁ ପଦକ୍ଷେପ: ଜିଲ୍ଲା ସ୍ତରରେ ଗଢା ହେବ କୋଭିଡ୍ କମିଟି; ଚିକିତ୍ସାମାନ ସହ କୋଭିଡ୍ ମୁକାବିଲାର କରିବ ଯାଂଚ, ସ୍ୱାସ୍ଥ୍ୟ ବିଭାଗ ଜାରିକଲା ନିର୍ଦ୍ଦେଶ

କନକ ବ୍ୟୁରୋ : ରାଜଧାନୀର ପରିସ୍ଥିତି ଧୀରେ ଧୀରେ ସଂଗୀନ ଆଡ଼କୁ ଯାଉଛି । ସଙ୍ଗରୋଧରେ ହୁଅନ୍ତୁ କିମ୍ବା ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ପ୍ରଶାସନକୁ ଅଣାୟତ କଲାଣି । ଏପରିକି ରୋଗୀଙ୍କ ସଂସ୍ପର୍ଶରେ ଆସି ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେବାରେ ଲାଗିଛନ୍ତି । ତେବେ କ୍ୟାପିଟାଲ ହସ୍ପିଟାଲ ବାଦ୍ ଏମ୍‌ସ ଓ ଘରୋଇ ହସ୍ପିଟାଲର ତ୍ରିବେଣୀ ସଂଗମ ରାଜଧାନୀରେ ସଂକ୍ରମଣକୁ ବହୁତ ବଢ଼ାଇ ଦେଇଛି । ରାଜଧାନୀରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ହଜାର ସଂଖ୍ୟା ଆଡ଼କୁ ମୁହାଁଇଛି । ଗତ ୨୪ଘଣ୍ଟାରେ ଖୋର୍ଧା ଜିଲ୍ଲାରୁ ୬୪ଜଣ ପଜିଟିଭ୍ ବାହାରିଥିବା ବେଳେ ତହିଁରେ ରାଜଧାନୀରେ କେବଳ ୬୦ଜଣ ଆକ୍ରାନ୍ତ ଅଛନ୍ତି । ଏଥିରୁ ସଙ୍ଗରୋଧରୁ ୪୦ଜଣ ଓ ୨୦ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି । ୬୦ ରୋଗୀଙ୍କ ମଧ୍ୟରୁ କେବଳ ୩୦ଜଣ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହେବାରେ ଲାଗିଛନ୍ତି ।

ବିଶେଷକରି ବସ୍ତି ଅଞ୍ଚଳରେ ଏହି ସଂଖ୍ୟା ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଛି। ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଡୁମୁଡୁମା ରଘୁନାଥ ନଗର ଅଞ୍ଚଳରୁ ସର୍ବାଧିକ ୪ଜଣ ରହିଛନ୍ତି। ଏହାବାଦ୍ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ପଜିଟିଭ୍ ସଂସ୍ପର୍ଶରେ ଆସି କିମ୍ବା ହଟସ୍ପଟ୍ ଜିଲ୍ଲାକୁ ଗସ୍ତ କରି ଆକ୍ରାନ୍ତ ହୋଇଛନ୍ତି। ତେବେ ସ୍ଥାନୀୟ ସଂକ୍ରମିତ ତାଲିକାରେ ହସ୍ପିଟାଲ ଗୁଡ଼ିକର ବଡ଼ ଭୂମିକା ରହିଛି। କ୍ୟାପିଟାଲ ହସ୍ପିଟାଲର ୩ଜଣ କର୍ମଚାରୀଙ୍କ ସମେତ ଏମ୍‌ସ ଓ ଘରୋଇ ହସ୍ପିଟାଲର ଜଣେ ଲେଖାଏ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି।

ଏ‌ହା ପୂର୍ବରୁ ମଧ୍ୟ ହସ୍ପିଟାଲ ଗୁଡ଼ିକରୁ ବହୁ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ରେଲୱେ ଷ୍ଟେସନ୍‌ର ଜଣେ ଟାକ୍ସି ଡ୍ରାଇଭର, ହଟ‌ସ୍ପଟ୍‌ ଜିଲ୍ଲାକୁ ଗସ୍ତ କରିଥିବା ବ୍ୟକ୍ତି ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ଏବେ ସମୁଦାୟ ସଂଖ୍ୟା ୯୧୯ରେ ପହଞ୍ଚିଛି। ୪୦୩ଜଣ ସୁସ୍ଥ ହୋଇଥିବା ବେଳେ ୫୦୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଖୋର୍ଧା ଜିଲ୍ଲାର ୫୮ ପ୍ରତିଶତ ରୋଗୀ କେବଳ ରାଜଧାନୀରୁ ହିଁ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe