କନକ ବ୍ୟୁରୋ : କରୋନା ଭାଇରସ୍ ବା କୋଭିଡ୍ ମୁକାବିଲା କ୍ଷେତ୍ରରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ବଡ଼ ସଫଳତା । ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଏଲିସା ଗ୍ରାନାଟୋଙ୍କ ସହ ଆଉ ଜଣଙ୍କୁ ପ୍ରଥମ ଟିକା ଦିଆଯାଇଛି । ଗତକାଲି ଏଲିସା ଗ୍ରାନାଟୋଙ୍କ ହାତରେ ଏହି ଟୀକା ଦିଆଯାଇଥିବାର ଚିତ୍ର ଜାରି କରାଯାଇଛି । ଏହି ପରୀକ୍ଷଣ ସଫଳ ହେଲେ ସାରା ବିଶ୍ୱ ପାଇଁ ଏକ ବଡ଼ ଅନୂଭୁତି ହେବ ବୋଲି କୁହାଯାଉଛି । ବଡ଼ କଥା ହେଉଛି ପରୀକ୍ଷଣର ୮୦ ପ୍ରତିଶତ ସଫଳତା ନେଇ ଆଶା କରିଛନ୍ତି ପ୍ରଫେସର ସାରା ଗିଲବର୍ଟ । ଏପଟେ ଟୀକା ନେଇଥିବା ଏଲିସା କହିଛନ୍ତଶ, ଏଭଳି ଏକ ବୈଜ୍ଞାନିକ ପରୀକ୍ଷଣ ପାଇଁ ସେ ନିଜକୁ ବାଛିଛନ୍ତି ।
ପ୍ରଫେସର ସାରା ଗିଲବର୍ଟଙ୍କ ନେତୃତ୍ୱରେ ୩ ମାସ ଧରି ଏହି ଭ୍ୟାକ୍ସିନ୍ ପ୍ରସ୍ତୁତି କାର୍ଯ୍ୟ କରାଯାଇଥିଲା । ଅକ୍ସଫୋର୍ଡ ୟୁନିଭରସିଟିର ପ୍ରଫେସର ସାରା ଗିଲବର୍ଟଙ୍କ ନେତୃତ୍ୱରେ ଗଠିତ ଟିମ୍ ପୂର୍ବରୁ ଏହି ଟୀକାର ୧୨ ଥର ପରୀକ୍ଷା କରିସାରିଛି । ଏବଂ ପ୍ରଥମରୁ ହିଁ ଏହା ରୋଗ ପ୍ରତିରୋଧକ ଶକ୍ତି ଉପରେ କାମ କରିବାରେ ସଫଳ ହୋଇଥିଲା । ଏହାପରେ କ୍ଲିନିକାଲ ଟେଷ୍ଟିଂ କରାଯାଇ ଟୀକାକୁ ମନୁଷ୍ୟ ଦେହରେ ପ୍ରୟୋଗ କରିବା ପାଇଁ ସ୍ଥିର କରାଯାଇଥିଲା । ବ୍ରିଟେନ୍ରେ କରୋନାର ପ୍ରକୋପକୁ ନଜରରେ ରଖି ଦେଶର ବିଭିନ୍ନ ସ୍ଥାନରେ ୫ଶହରୁ ଅଧିକ ସୁସ୍ଥ ସ୍ୱେଚ୍ଛାସେବୀଙ୍କୁ ନେଇ ଅଧ୍ୟୟନ ଚାଲିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/TIKA.jpg)