ବିବାଦୀୟ ସିଡି ମାମଲାରେ ମେୟରଙ୍କୁ କୋର୍ଟଙ୍କ ସୁରକ୍ଷା: ଅପମାନଜନକ ଖବର ପ୍ରସାରଣ ଉପରେ କଟକଣା

54

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ : ବିବାଦୀୟ ସେକ୍ସ ସିଡି ମାମଲାରେ ମେୟରଙ୍କୁ କୋର୍ଟଙ୍କ ସୁରକ୍ଷା । ଯୌନ କେଳେଙ୍କାରୀ ଅଭିଯୋଗ ମାମଲାରେ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି ଭୁବନେଶ୍ୱର ଏସଡିଜେଏମ କୋର୍ଟ । ମେୟରଙ୍କ ବିରୋଧରେ ଅପମାନଜନକ ବା ସମ୍ମାନହାନୀ କଲା ଭଳି ଭିଡିଓ ପ୍ରସାରଣ ଉପରେ କଟକଣା ଲଗାଇଛନ୍ତି କୋର୍ଟ ।

ମାମଲାର ବିଚାର ଶେଷ ନହେଲା ପର୍ଯ୍ୟନ୍ତ ଏ ସଂପର୍କିତ ଖବର ପ୍ରସାରଣ ଉପରେ ଅଦାଲତ ରୋକ୍ ଲଗାଇଛନ୍ତି । ବିବାଦୀୟ ଭିଡିଓ ପ୍ରସାରଣ ଉପରେ ମଧ୍ୟବର୍ତୀ କାଳୀନ କଟକଣା ଜାରି କରାଯାଇଛି । ସେପଟେ ବିବାଦୀୟ ସିଡିର ଯାଂଚ ପାଇଁ ଲାବରୋଟେରୀକୁ ପଠା ଯାଇଥିବା ସୂଚନା ଦେଇଛନ୍ତି ମେୟରଙ୍କ ଓକିଲ ।

ନ୍ୟୁଜ ସହ ଦେଖନ୍ତୁ ଏହି ଭିଡିଓ :