ତାଲାବନ୍ଦ କଟକଣାକୁ ମାନିଲେ, ମାସ୍କ ପିନ୍ଧି ବିବାହ କଲେ : ଜମ୍ମୁ କାଶ୍ମୀରରୁ ଆସିଲା ନିଆରା ଚିତ୍ର, ବିନା ଅତିଥିରେ ହେଲା ବିବାହ କାର୍ଯ୍ୟ

216

କନକ ବ୍ୟୁରୋ : ତାଲାବନ୍ଦ ସତ୍ୱେ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ସମ୍ପନ୍ନ ହେଲା ବାହାଘର । କରୋନା ଭୂତାଣୁ ସଂକ୍ରମଣ ଭିତରେ ଜାମ୍ମୁ କାଶ୍ମୀରରେ ହୋଇଛି ଏହି ବିବାହ । ହାତ ଗଣତି ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସାମାଜିକ ଦୂରତାକୁ ପାଳନ କରାଯାଇ ମାସ୍କ ପିନ୍ଧି ବିବାହ କରିଛନ୍ତି ଏହି ଦମ୍ପତି ।

କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି । ଏପରି ସ୍ଥିତିରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଲଗ୍ନରେ ବିବାହ କରିଛନ୍ତି ଏହି ଦମ୍ପତି । ତେବେ ତାଲାବନ୍ଦ ଯୋଗୁଁ ହାତଗଣତି ପରିବାର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଛି ।

ସାରା ଦେଶ ତାଲାବନ୍ଦରେ ରହିଛି । ଏହି ସମୟରେ ସମୟରେ ସମସ୍ତ ସାମାଜିକ, ଧାର୍ମ. ସାଂସ୍କୃତି କାର୍ଯ୍ୟକ୍ରମ ନକରିବା ପାଇଁ କଡ଼ା ନିଦ୍ଦେଶ ରହିଛି । ତେବେ ବିବାହ ଏଡ଼ାଇବା ସମ୍ଭବପର ନହେବାରୁ ଅତ୍ୟନ୍ତ ନିରାଡ଼ମ୍ବର ତଥା କିଛି ଲୋକଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଛି ।