ଅଜଣା ଗାଡି ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ : ଘଟଣାସ୍ଥଳରେ ଉତ୍ତେଜନା, ୨୧୫ ନମ୍ବର ଜାତୀୟ ରାଜପଥ ଅବରୋଧ

ଅଜଣା ଗାଡି ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ : ଘଟଣାସ୍ଥଳରେ ଉତ୍ତେଜନା, ୨୧୫ ନମ୍ବର ଜାତୀୟ ରାଜପଥ ଅବରୋଧ

କେଉଁଝର : ଅଜଣା ଗାଡି ଧକ୍କାରେ ଦମ୍ପତି ମୃତ । କେଉଁଝର ଟାଉନ୍ ଥାନା ନରଣପୁର ରେଲୱେ ଓଭରବ୍ରିଜ୍ ୨୧୫ ନମ୍ବର ଜାତୀୟ ରାଜପଥ ଉପରେ ଘଟିଛି ଏଭଳି ଦୁର୍ଘଟଣା । ସ୍ୱାମୀ ସ୍ତ୍ରୀ ବାଇକରେ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଦମ୍ପତିଙ୍କ ପରିଚୟ ମିଳି ପାରି ନାହିଁ । ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିବା ସହ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe