ଭାରତ-ପାକିସ୍ତାନ ଅଟାରୀ ସୀମାରେ ଉଡିଲା ସବୁଠୁ ଉଚ୍ଚ ତ୍ରିରଙ୍ଗା !

41

କନକ ବ୍ୟୁରୋ : ସୀମାରେ ଉଡିଲା ସବୁଠୁ ଉଚ୍ଚ ତ୍ରିରଙ୍ଗା । ଭାରତ-ପାକିସ୍ତାନ ଅଟାରୀ ସୀମାରେ ୩୬୦ଫୁଟ ଉଚ୍ଚର ତ୍ରିରଙ୍ଗା ଉଡିଲା । ଏହାକୁ ଦେଶର ସବୁଠୁ ଉଚ୍ଚ ତ୍ରିରଙ୍ଗା ବୋଲି କୁହାଯାଉଛି । ଏପରିକି ଏହି ପତାକା ପାକିସ୍ତାନର ଲାହୋରରୁ ମଧ୍ୟ ଦେଖାଯିବ । ଏହି ୧୨୦ଫୁଟ ଉଚ୍ଚ ୮୦ଫୁଟ ଚଉଡା ପତାକାକୁ ନିର୍ମାଣ କରିବାରେ ପଂଜାବ ସରକାରଙ୍କ ୩କୋଟି ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ଭାରତ-ପାକ୍ ସୀମାରେ ଏହି ଉଚ୍ଚ ତ୍ରିରଙ୍ଗା ସ୍ଥାପନକୁ ବିରୋଧ କରିଛି ପାକିସ୍ତାନ । ସୀମାରୁ ଏହି ତ୍ରିରଙ୍ଗାକୁ ହଟାଇବା ପାଇଁ ବିଏସଏଫକୁ କହିଛି ପାକିସ୍ତାନ । ଏପରିକି ଭାରତ ଅନ୍ତର୍ରାଷ୍ଟ୍ରୀୟ ଚୁକ୍ତିର ଉଲ୍ଲଙ୍ଘନ କରିଥିବା ପାକିସ୍ତାନ ଅଭିଯୋଗ କରିଛି । ତେବେ ଏହାଦ୍ୱାରା କୌଣସି ଚୁକ୍ତିର ଉଲ୍ଲଙ୍ଘନ ହୋଇନି ବୋଲି ଭାରତ କହିଛି । ସୀମାର ୨ଶହ ମିଟର ପୂର୍ବରୁ ତ୍ରିରଙ୍ଗା ସ୍ଥାପନ କରାଯାଇଥିବା ଯୋଗୁଁ କୌଣସି ଚୁକ୍ତିର ଉଲ୍ଲଙ୍ଘନ ହୋଇନଥିବା କୁହାଯାଇଛି ।