ପରମ୍ପରା ନାଁରେ ପାପ ! “ମଣ୍ଟି’ ଜନଜାତିରେ ବାପା ସହ ଯୌନ ସମ୍ମନ୍ଧ ରଖନ୍ତି ଝିଅ

95

ଦୁନିଆରେ ଅନେକ ଅଦ୍ଭୁତ ପରମ୍ପରା ଦେଖିବାକୁ ମିଳେ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ ବାଙ୍ଗଲାଦେଶର “ମଣ୍ଟି’ ଜନଜାତିରେ ଏମିତି ପରମ୍ପରା ଅଛି ଯେଉଁଠି ଝିଅ ନିଜ ବାପାଙ୍କ ସହ ଯୌନ ସମ୍ମନ୍ଧ ରଖିଥାଏ । କେବଳ ଏତିକି ନୁହଁ ଏଥିପାଇଁ ତାଙ୍କ ମା ମଧ୍ୟ ସହମତିରେ ପ୍ରକାଶ କରିଥାଏ । ଏମିତି ଏକ ଖବର ପ୍ରକାଶ ପାଇଛି ଦୈନିକ ଜାଗରଣରେ ।

ଆମେ ସବୁବେଳେ ଦେଖି ଆସିଛନ୍ତି ବିବାହ ପାଇଁ ଝିଅମାନେ ନିଜ ବୟସର ଯୁବକଙ୍କୁ ବିବାହ କରିବା ପାଇଁ ପସନ୍ଦ କରନ୍ତି । ନିଜର ପସନ୍ଦ ଓ ଅପସନ୍ଦ ମିଳାଇ ସୋମାନଙ୍କ ବିବାହ ସମ୍ପନ୍ନ ହୋଇଥାଏ । କିନ୍ତୁ ଏହି ଜନଜାତିର ଝିଅମାନେ ଛୋଟବେଳୁ ନିଜ ବାପାଙ୍କୁ ବିବାହ କରିବା ପାଇଁ ସ୍ୱପ୍ନ ଦେଖେ କାରଣ ବଡ ହୋଇ ତାକୁ ବାପାଙ୍କୁ ବିବହା  କରିବାକୁ ପଡ । “ମଣ୍ଟି’ ଜନଜାତିରେ ଏହି ପରମ୍ପରା ପ୍ରାଚୀନ କାଳରୁ ହିଁ ଚାଲି ଆସିଛି ।

ଏହି ଜନଜାତିର ଜଣେ ଛିଅ ଓରଲାର କହିବା ଅନୁସାରେ ଯେତେବେଳେ ସେ ଛୋଟ ଥିଲା ସେତେବେଳେ ହିିଁ ତା’ର ବାପାଙ୍କର ମୃତ୍ୟୁ ହୋଇ ଯାଇଥିଲା । ତ’ପରେ ଓରଲାର ମା’ ଆଉ ଜଣଙ୍କୁ ବିବାହ କରିଥିଲେ । ସେବେଠାରୁ ହିିଁ ସେ ତା’ର ଦ୍ୱିତୀୟ ବାପାଙ୍କୁ ନିଜର ସ୍ୱାମୀ ରୂପରେ ଦେଖିବା ଆରମ୍ଭ କରିଦେଇଛି । ଏହି ଜନଜାତିରେ ଯଦି କୌଣସି ମହିଳାର ସ୍ୱାମୀ ମୃତ୍ୟୁବରଣ କରନ୍ତି ତେବେ ସେହି ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ପରିବାରର କୌଣସି ଜଣେ ସଦ୍ୟକୁ ବିବାହ କରିବାକୁ ପଡେ ।