ମହାଯୁଦ୍ଧ ଫଳାଫଳ ଆସିବା ପୂର୍ବରୁ ନିର୍ବାଚନ କମିସନଙ୍କ ପ୍ରସ୍ତୁତି : ତିଆରି ହେଲା ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍, ଇଭିଏମ୍ ଉପରେ ରହିବ କଡ଼ା ନଜର

214

କନକ ବ୍ୟୁରୋ : ୨୦୧୯ ମହାଯୁଦ୍ଧର ଫଳାଫଳ ପାଇଁ ଫାଇନାଲ୍ କାଉଣ୍ଟଡାଉଡ଼୍ ଆରମ୍ଭ ହୋଇଯାଇଛି । ରାତି ପାହିଲେ ଆସିବ ଫଳାଫଳ । ଦେଶର ୫୪୩ ଲୋକସଭା ଆସନର ଭୋଟଗଣତି ହେବ । ନେତାଙ୍କ ହାର୍ଟବିଟ୍ ବଢ଼ିବାରେ ଲାଗିଛି । କିଏ ଗଢ଼ିବ ସରକାର ? କାହା ମୁଣ୍ଡାରେ ସୁନାକଳସ ଢ଼ାଳିବ ହାତୀ । ସାଧାରଣ ଜନତା ମଧ୍ୟ ଅତି ଉତ୍କଣ୍ଠାର ସହ ଅନେକ ବସିଛନ୍ତି । କାଲି ଦିନ ଉପରେ ସମସ୍ତଙ୍କ ନଜର । ମାତ୍ର କିଛି ଘଂଟା ବ୍ୟବଧାନରେ ଦୁନିଆର ସବୁଠାରୁ ବଡ଼ ଗଣତନ୍ତ୍ର ଭାରତରେ କେଉଁ ରାଜନୈତିକ ଦଳ ସରକାର ଗଢ଼ିବ ସ୍ୱଷ୍ଟ ହୋଇଯିବ । ହେଲେ ଫାଇନାଲ ପୂର୍ବରୁ ଏକଜିଟ୍ ପୋଲରେ ବିଜେପି ପୁଣି ସରକାର ଗଢ଼ିବ ବୋଲି ସଙ୍କେତ ମିଳିଛି । ବୁଥ ବାହୁଡ଼ା ମତରେ ମୋଦି ସୁନାମୀ ଦେଖି ବିରୋଧୀଙ୍କ ନିଦ ହଜିଯାଇଛି । ଇଭିଏମ ଖୋଲିବା ପୂର୍ବରୁ ବିରୋଧୀ ଅଭିଯୋଗର ପିଟାରା ଖୋଲିଦେଇଛନ୍ତି । ମୋଦି ସରକାର ଇଭିଏମରେ ଜାତିଆରି କରିପାରନ୍ତି ବୋଲି ଅଭିଯୋଗ କରୁଛନ୍ତି ।

ହେଲେ ଇଭିଏମ୍ ସହ ଜଡ଼ିତ ବିରୋଧୀଙ୍କ ସମସ୍ତ ଅଭିଯୋଗକୁ ସବୁବେଳେ ଖଣ୍ଡନ କରିଆସୁଛନ୍ତି ନିର୍ବାଚନ କମିସନ୍ । ଇଭିଏମରେ ଜାତିଆତି ହୋଇପାରେ ଅଭିଯୋଗ କରି ଗତକାଲି ୨୨ ବିରୋଧୀ ଦଳ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି କ୍ରମରେ ଇଭିଏମ ସହ ଜଡ଼ିତ ଅଭିଯୋଗ ଉପରେ ତୁରନ୍ତ ଆକ୍ସନ ପାଇଁ କଂଟ୍ରୋଲ ରୁମ ଖୋଲିଛନ୍ତି ନିର୍ବାଚନ କମିସନ୍ । ଆଜି ରାଜଧାନୀ ଦିଲ୍ଲୀରେ ଗୋଟିଏ ପଟେ ୨୨ ରାଜନୈତିକ ଦଳର ନେତା ଇଭିଏମ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ଅନ୍ୟପଟେ ନିର୍ବାଚନ କମିସନ୍ କାଯ୍ୟାୟଳରେ ଇଭିଏମ ସମ୍ମନ୍ଧୀୟ ଅଭିଯୋଗର ସମାଧାନ ପାଇଁ କଣ୍ଟ୍ରୋଲ ରୁମ ନିଜର କାମ ଆରମ୍ଭ କରିଦେଇଛି ।

ନିର୍ବାଚନ କମିସନଙ୍କ ଅନୁସାରେ ନିର୍ବାଚନ ଫଳାଫଳ ଆସିବା ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ ରହିବ । ଆଉ ଏହାଦ୍ୱାରା ଇଭିଏମ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଭୋଟିଂ ସମୟରେ ବ୍ୟବହାର ହୋଇଥିବା ଇଭିଏମ ଓ ଭିଭିପାଟ ମେସିନରେ ଷ୍ଟ୍ରଙ୍ଗ ରୁମରେ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ରହିଛି । ବିଭିନ୍ନ ଆଡ଼ୁ ଇଭିଏମ ଜାଲିଆତି ନେଇ ଅଭିଯୋଗ ଆସିବା ପରେ କଣ୍ଟ୍ରୋଲ ରୁମ ସ୍ଥାପନ କରିଛନ୍ତି ନିର୍ବାଚନ କମିସନ୍ । କଣ୍ଟ୍ରୋଲ ରୁମ ରୁ ହିଁ ସାରା ଦେଶରେ ତିଆରି ହୋଇଥିବା ଷ୍ଟ୍ରଙ୍ଗ ରୁମର ସୁରକ୍ଷା ଉପରେ କଡ଼ା ନଜର ରଖାଯିବ ।