କଫସିରପ ନିଶାରେ ଅନୁଗୁଳର ଯୁବପୀଢ଼ି : ଔଷଧ ନାମରେ ଖୋଲାଖୋଲ ବିକ୍ରି ହେଉଛି ନିଶାଦ୍ରବ୍ୟ, ଚିନ୍ତାରେ ଅଭିଭାବକ 

1,116

କନକ ବ୍ୟୁରୋ : କଫସିରପ ନିଶାର କବଳିତ ଅନୁଗୁଳ ସହରର ଯୁବପୀଢ଼ି । ବେଆଇନ୍ ଭାବେ ସହରରେ କଫସିରପ କାରବାର ବଢ଼ିବାରେ ଲାଗିଛି । ଔଷଧ ରୂପେ ବ୍ୟବହୃତ ହେଉଥିବା କଫସିରପକୁ କୋମଳମତିକଲେଜ ଛାତ୍ରମାନେ ନିଶାଦ୍ରବ୍ୟ ରୂପେ ବ୍ୟବହାର କରୁଛନ୍ତି  । ନିଶାର କବଳିତ ହୋଇ ପଥଭ୍ରଷ୍ଟ ହେବାକୁ ବସିଲେଣି ଯୁବପୀଢ଼ି । ଯୁବପୀଢ଼ିଙ୍କ କଫସିରପ ନିଶା ପାଇଁ ଚିନ୍ତାରେ ଏବେଅଭିଭାବକ । ସବୁଠାର ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜିଲ୍ଲା ପ୍ରଶାସନର ନାକତଳେ ଅତି ସନ୍ତର୍ପଣରେ ଚାଲିଛି ନିଶା କାରବାର ।

ଔଧଷ ଆଳରେ ପ୍ରତିଦିନ ଜହର ପିଉଛନ୍ତି ଦେଶର ଭବିଷ୍ୟତ । ଅନୁଗୁଳ ସହରର ବଭିନ୍ନ ସ୍ଥାନରୁ ବିପୁଳ ପରିମାଣର କଫସିରପ ଜବତ ହେବା ପରେ ଘଟଣାର ସାମ୍ନାକୁ ଆସିଛି । ୧୬ରୁ ୨୪ ବର୍ଷ ମଧ୍ୟରେ ତଥା କଲେଜ ଛାତ୍ର ମାନେ ନିତି ଦିନ ଏହାକୁ ବ୍ୟବହାର କରୁଛନ୍ତି । କଫସିରପକୁ ନିଶା ଆକାରରେ ସେବନ କରୁଛନ୍ତି ଯୁବପୀଢ଼ି । ମାତ୍ର ୬୦ରୁ ୭୦ ଟଙ୍କା ଖର୍ଚ୍ଚ କଲେ ସମସ୍ତ ଔଷଧ ଦୋକାନରେ ସହଜରେ କଫସିରପ ମିଳିଯାଉଛି । ମଦ, ଗଞ୍ଜେଇ, ଡ୍ରଗ୍ସ ତୁଳନାରେ ଏହାର ମୂଲ୍ୟ ବହୁତ୍ କମ୍ ଥିବାରୁ ଯୁବପୀଢ଼ି କଫସିରପକୁ ନିଶା ରୂପେ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଲା ଏହି ନିଶା ସେବନ ଦ୍ୱାରା ପାଟିରୁ କୌଣସି ଦୁର୍ଗନ୍ଦ ବାହାରେ ନାହିଁ । ଯାହା କଲେଜ ପିଲାଙ୍କୁ ସୁହାଉଛି ।  ଫଳରେ ଅଭିଭାବକ ଏକଥା ଜାଣି ପାରନ୍ତି ନାହିଁ । ଏହାର ନିଶା ୧୨ ଘଂଟା ପର୍ଯ୍ୟନ୍ତ ରହିଥାଏ ।

ଅନ୍ୟପଟେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଲା ସହରର ବିଭିନ୍ନ ଔଷଧ ଦୋକାନରେ ଔଷଧ ନାମରେ ଖୁଲମଖୁଲ୍ଲା ବିକ୍ରି ହେଉଛି । ଡାକ୍ତରଙ୍କ ପରାମର୍ଶ ବିନା ଏହି ଔଷଧ ବିକ୍ରିଯୋଗ୍ୟ ନୁହେଁ । ହେଲେ କେଉଁ ପରିସ୍ଥତିରେ ଯୁବପୀତିଙ୍କୁ ଔଷଧ ଦୋକାନୀମନେ କଫସିରପ ପ୍ରଦାନ କରୁଛନ୍ତି । ପ୍ରଶାସନର ନାକ ତଳେ ସବୁ ହେଉଛି । ଆଉ ଆଖିରେ ଆଙ୍ଗୁଠି କେଞ୍ଚି ଚୁପ୍ ବସିଛି ପ୍ରଶାସନ । ଆଉ ଆଖି ବନ୍ଦ କରିବସିଛି ଜିଲ୍ଲା ପ୍ରଶାସନ । ପୋଲିସ ବି ହାତବାନ୍ଧି ବସିଛି ।