ଭାରତରେ ଜୁନ ଜୁଲାଇ ମାସରେ ଶୀର୍ଷରେ ରହିବ କରୋନା ସଂକ୍ରମଣ : ସତର୍କ କରାଇ ଦେଲେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ, କହିଲେ ସଂକ୍ରମଣ ସ୍ଥିତି ଆଗକୁ ହୋଇପାରେ ଆହୁରି ଗମ୍ଭୀର

1,340

କନକ ବ୍ୟୁରୋ : ଆସନ୍ତା ଜୁନ ଓ ଜୁଲାଇ ମାସରେ ଭାରତରେ କରୋନା ଭୁତାଣୁ ସଂକ୍ରମଣର ପ୍ରାଦୂର୍ଭାବ ଶୀର୍ଷରେ ପହଂଚିଯିବ । ଦେଶର ସଂକ୍ରମଣକୁ ସ୍ଥିତିକୁ ଆଖିରେ ରଖି ଏପରି ପୂର୍ବାନୁମାନ କରିଛନ୍ତି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ଟର ରଣଦୀପ ଗୁଲେରିଆ । ଯେଉଁ ହାରରେ ସଂକ୍ରମଣ ବଢିଚାଲିଛି, ସେହି ତଥ୍ୟ ଭିତିରେ ଜୁଲାଇ ବେଳକୁ ସ୍ଥିତି ସବୁଠୁ ଗମ୍ଭୀର ହୋଇଯିବ ବୋଲି ଗୁଲେରିଆ ସତର୍କ କରାଇ ଦେଇଛନ୍ତି ।

ଏଯାଏଁ ଦେଶରେ ପ୍ରାୟ ୫୩ ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ ୧୮ଶହ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଉପଯୁକ୍ତ ଚିକିତ୍ସା ପାଇ ୧୫ ହଜାର ୩ଶହ ଜଣ ସୁସ୍ଥ ହୋଇସାରିଲେଣି । ତେବେ ଏଭଳି ସ୍ଥିତିରୁ ଆଶ୍ୱସ୍ତି ପାଇଁ ସାମାଜିକ ଦୂରତା ରକ୍ଷା ପାଇଁ ଜାରି ହୋଇଥିବା ଲକଡାଉନର ବହୁତ ଫଳପ୍ରଦ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ।