ଲକଡାଉନ୍ ମଧ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା : ୧.୭୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା,ଗରିବଙ୍କୁ ମିଳିବ ଅତିରିକ୍ତ ଚାଉଳ ଓ ଡାଲି

3,737

କନକ ବ୍ୟୁରୋ : କରୋନା ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କଲେ କେନ୍ଦ୍ର ସରକାର । କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ଦେଶର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ବଡ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଗରିବ କଲ୍ୟାଣ ଯୋଜନା ଅନୁସାରେ ଗରିବ ଲୋକଙ୍କୁ ୧.୭୦ ଲକ୍ଷ କୋଟିର ସାହାଯ୍ୟ କରିବେ ସରକାର ।
ଗରିବ ଯେପରି ଓପାସରେ ନରୁହେ, ସେଥିପ୍ରତି ଅଧିକ ସଚେତନ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ଅନୁସାରେ ୫ କିଲୋ ଅଧିକ ଚାଳଳ କିମ୍ବା ଗହମ ଆଗାମୀ ୩ ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ । କେବଳ ଏତିିକି ନୁହେଁ ତିନି ମାସ ପର୍ଯ୍ୟନ୍ତ ସମସ୍ତଙ୍କୁ ୧ କିଲୋ ଲେଖାଏଁ ଡାଲି ମଧ୍ୟ ପ୍ରଦାନ କରାଯିବ । ୮୦ କୋଟି ହିତାଧିକାରୀ ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ ଲାଭବାନ୍ ହୋଇପାରିବେ ।

ଉଜ୍ଜଳା ଯୋଜନାରେ ୮ କୋଟି ବିପିଏଲ୍ ପରିବାରକୁ ତିନି ମାସ ପର୍ଯ୍ୟନ୍ତ ମାଗଣା ଓ ଗ୍ୟାସ୍ ସିଲିଣ୍ଡର ପ୍ରଦାନ କରାଯିବ । ୨୦ କୋଟି ମହିଳାଙ୍କ ଖାତାରେ ଆଗାମୀ ୩ ମାସ ପର୍ଯ୍ୟନ୍ତ ୫୦୦ ଟଙଙ୍କା ପ୍ରତି ମାସ ପ୍ରତି ଦିଆଯିବ । ଏହି ରାଶି ଜନଧନ ଖାତାରେ ଜମା ହେବ ।

କେବଳ ଏତିକି ନୁହେଁ ସ୍ୱାସ୍ଥ୍ୟ ଓ ଆଶାକର୍ମୀଙ୍କ ପାଇଁ ମଧ୍ୟ ଚିନ୍ତିତ ସରକାର । ସ୍ୱାସ୍ଥ୍ୟର୍ମୀ ଓ ଆଶାକର୍ମୀ ଜୀବନ ସହ ଲଢି କାମ କରୁଛନ୍ତି । କରୋନା ମୁକାବିଲା ପାଇଁ ନିଜ ଜୀବନକୁ ପାଣି ଛଡ଼େଇ ଦେଇଥିବା କମାଣ୍ଡୋ ମାନଙ୍କ ପାଇଁ ୫୦ ଲକ୍ଷର ଲକ୍ଷର ଜୀବନବୀମା ଘୋଷଣା କରିଛନ୍ତି ।

୬୦ ବର୍ଷରୁ ଉର୍ଦ୍ଧ୍ୱ ନାଗରିକ, ବିଧବା ଓ ଦିବ୍ୟାଙ୍ଗଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ । ଆଗାମୀ ୩ ମାସ ଧରି ସମସ୍ତଙ୍କୁ ୧ ହଜାର ଟଙ୍କା ଲେଖାଏଁ ମିଳିବ। ସରକାର ୨ ଟି କିସ୍ତିରେ ଡିବିଟି ଜରିଆରେ ଟଙ୍କା ଟ୍ରାନ୍ସଫର କରିବେ । ତେବେ ଏଥିରେ ମୋଟ୍ ୩ କୋଟି ବୃଦ୍ଧ , ବିଧବା ଓ ଦିବ୍ୟାଙ୍ଗ ଉପକୃତ ହେବେ ।