ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୫୬୮କୁ ବୃଦ୍ଧି । ସଂକ୍ରମିତଙ୍କ ସଂଖ୍ୟା ୪୬,୦୦୦ ଟପିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ।

365

କନକ ବ୍ୟୁରୋ : ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହୋଇଥିଲେ ସୁଦ୍ଧା ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ତାଲିକା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୩୯୦୦ରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମଗ୍ର ଦେଶରେ ୪୬,୪୩୩ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭୨୬ ଜଣ ସୁସ୍ଥ ହୋଇଛନ୍ତି ।  ୧୫୬୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ଦିଲ୍ଲୀ ଓ ମୁମ୍ବାଇରେ ବଢ଼ୁଛି ସଂକ୍ରମଣ
ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୩୪୯ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮୯୮ରେ ପହଞ୍ଚିଥିବା ବେଳେ ୬୪ ଜଣ ଭାଇରସରେ ଜୀବନ ହାରଇଛନ୍ତି । ସେହିପରି ମୁମ୍ବାଇରେ ୨୪ ଘଣ୍ଟାରେ ୫୧୦ ନୂଆ ମାମଲା ସାମ୍ନାକୁ ଆସିଛି । ମୁମ୍ବାଇରେ ଏବେ ସୁଦ୍ଧା ୩୬୧ ଜଣ ପ୍ରାଣ ହରାଇ ସାରିଥିବା ବେଳେ ୯୩୧୦ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୪୫୦୦ ଟପିଥିବା ବେଳେ ୫୮୩ ଲୋକ ପ୍ରାଣ ହରାଇଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୬୫୦), ଅରୁଣାଚଳ ପ୍ରଦେଶ (୧), ଆସାମ (୪୩), ବିହାର (୫୨୮), ଚଣ୍ଡିଗଡ଼ (୧୦୨), ଛତିଶଗଡ଼ (୫୮), ଦିଲ୍ଲୀ (୪୮୪୯), ଗୋଆ (୭), ଗୁଜରାଟ (୫୮୦୪), ହରିୟାଣା (୫୧୭), ହିମାଚଳ ପ୍ରଦେଶ (୪୧), ଜମ୍ମୁ ଓ କଶ୍ମୀର (୭୨୬), ଝାଡ଼ଖଣ୍ଡ (୧୧୫) କର୍ଣ୍ଣାଟକ (୬୫୧), କେରଳ (୫୦୦), ଲଦାଖ (୪୧), ମଧ୍ୟପ୍ରଦେଶ (୨୯୪୨), ମହାରାଷ୍ଟ୍ର (୧୪୫୪୧), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୬୯), ପୁଡ଼ୁଚେରୀ (୮), ପଞ୍ଜାବ (୧୨୩୩), ରାଜସ୍ଥାନ (୩୦୬୧), ତାମିଲନାଡୁ (୩୫୫୦), ତେଲେଙ୍ଗାନା (୧୦୮୫), ତ୍ରିପୁରା (୨୯), ଉତ୍ତରାଖଣ୍ଡ (୬୦), ଉତ୍ତରପ୍ରଦେଶ (୨୭୬୬) ଓ ପଶ୍ଚିମବଙ୍ଗ (୧୨୫୯) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୨), ଆନ୍ଧ୍ରପ୍ରଦେଶ (୫୨୪), ଅରୁଣାଚଳ ପ୍ରଦେଶ (୧), ଆସାମ (୩୨), ବିହାର (୧୩୦), ଚଣ୍ଡିଗଡ଼ (୨୧), ଛତିଶଗଡ଼ (୩୬), ଦିଲ୍ଲୀ (୧୪୩୧), ଗୋଆ (୭), ଗୁଜରାଟ (୧୧୯୫), ହରିୟାଣା (୨୪୫), ହିମାଚଳ ପ୍ରଦେଶ (୩୪), ଜମ୍ମୁ ଓ କଶ୍ମୀର (୩୦୩), ଝାଡ଼ଖଣ୍ଡ (୨୭), କର୍ଣ୍ଣାଟକ (୩୨୧), କେରଳ (୪୬୨), ଲଦାଖ (୧୭), ମଧ୍ୟପ୍ରଦେଶ (୭୯୮), ମହାରାଷ୍ଟ୍ର (୨୪୬୫), ମଣିପୁର (୨), ଓଡ଼ିଶା (୬୦), ପୁଦ୍ଦୁଚେରୀ (୫), ପଞ୍ଜାବ (୧୨୧), ରାଜସ୍ଥାନ (୧୩୯୪), ତାମିଲନାଡୁ (୧୪୦୯), ତେଲେଙ୍ଗାନା (୫୮୫), ତ୍ରିପୁରା (୨), ଉତ୍ତରାଖଣ୍ଡ (୩୯), ଉତ୍ତରପ୍ରଦେଶ (୮୦୨) ଓ ପଶ୍ଚିମବଙ୍ଗ (୨୧୮) ।