କରୋନା ଲଢ଼େଇ ମଧ୍ୟରେ ମୋଦି ସରକାରଙ୍କ ଘୋଷଣା : ୨୦ କୋଟି ମହିଳାଙ୍କ ଖାତାକୁ ତିନି ମାସ ପର୍ଯ୍ୟନ୍ତ ଯିବ ୫୦୦ ଲେଖାଏଁ ଟଙ୍କା   

2,593

କନକ ବ୍ୟୁରୋ : କରୋନା ମାଡ଼ରେ ଗରିବ ଲୋକଙ୍କ ହିତ ପାଇଁ ମୋଦି ସରକାରଙ୍କ ବଡ଼ ଘୋଷଣା । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନୁସାରେ ୧ ଲକ୍ଷ ୭୦ ହଜାର କୋଟିର ଆର୍ଥକ ପ୍ୟାକେଜ ଘେଷଣା କରିଛନ୍ତି କେନ୍ଦ୍ର ସରକାର । ଭିନ୍ନ ଭିନ୍ନ ଉପାୟରେ ଉପକୃତ ହେବେ ସାଧାରଣ ଜନତା  । ସରକାରଙ୍କ ପକ୍ଷରୁ ପାଖାପାଖି ୨୦ କୋଟି ମହିଳାଙ୍କ ଖାତାକୁ ୩ ମାସ ପର୍ଯ୍ୟନ୍ତ, ୫୦୦ ଟଙ୍କା ପ୍ରତି ମାସରେ ସାହାଯ୍ୟ ମିଳିବ ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅନୁସାରେ ଯେଉଁ ମହିଳାଙ୍କ ଆକାଉଣ୍ଟ ରହିଛି , ସେମାନଙ୍କ ଆକାଉଣ୍ଟକୁ  ତିନି ମାସ ପର୍ଯ୍ୟନ୍ତ ପ୍ରତି ମାସ ୫୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ । ଏହି ରାଶି ପ୍ରତି ମାସରେ ସିଧା ମହିଳାଙ୍କ  ବ୍ୟାଙ୍କ ଖାତାରେ ପ୍ରଦାନ କରାଯିବ ।

ଏହାବ୍ୟତୀ ଉଜ୍ଜଳା ଯୋଜନା  ଅନୁସାରେ ଦେଶରେ ୮ କୋଟି ବିପିଏଲ ପରିବାକୁ ଆଗାମୀ ତିନି ମାସ ପର୍ଯ୍ୟନ୍ତ ମାଗଣାରେ ସିଲିଣ୍ଡର ପ୍ରଦାନ କରାଯିବ । ଉଜ୍ଜଳା ଯୋଜନାରେ ୮.୫ କୋଟି ମହିଳାଙ୍କ ନାମରେ ଗ୍ୟାସ କନେକ୍ସନ ଖୋଲା ଯାଇଛି । ମୋଦି ସରକାରଙ୍କ ନିଷ୍ପତି ଅନୁସାରେ ଆଗାମୀ ୩ ମାସ ମଧ୍ୟରେ ସେମାନଙ୍କୁ ମାଗଣା ସିଲିଣ୍ଡର ପ୍ରଦାନ କରିଯିବ ।

ଅନ୍ୟପଟେ ମହିଳା ସେଲ୍ଫ ହେଲ୍ପ ଗ୍ରୁପ ଅନୁସାରେ ୭ କୋଟି ପରିବାର ଲାଭବାନ ହୋଇପାରିବେ । ଦୀନ ଦାୟଲ ରାଷ୍ଟ୍ରିୟ ଗ୍ରାମୀଣ ଜୀବିକା ଯୋଜନା ଅନୁସାରେ, ସେମାନଙ୍କୁ ୧୦ ଲକ୍ଷ ପରିବର୍ତ୍ତେ ୨୦ ଲକ୍ଷ ଟଙ୍କା ଋଣ ମିଳିବ ।