କରୋନା ମୁକାବିଲା : ଟୋଲ୍ ଫି ଆଦାୟ ସାମୟିକ ସମୟ ପାଇଁ ବନ୍ଦ, ଜରୁରୀକାଳୀନ ସେବାକୁ ସରଳ କରିବାକୁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କ ନିଷ୍ପତ୍ତି

742

କନକ ବ୍ୟୁରୋ : ଦେଶବ୍ୟାପୀ ଟୋଲ୍ ଫି ଆଦାୟ ବନ୍ଦ । କରୋନା ମୁକାବିଲା ପାଇଁ ଟୋଲ୍ ଫି ଆଦାୟ ସାମୟିକ ସମୟ ପାଇଁ ବନ୍ଦ କରାଯାଇଛି । କରୋନା ଭାଇରସର ପ୍ରକୋପକୁ ଦୃଷ୍ଟିରେ ରଖି ତାଲା ସାରା ଦେଶକୁ ଲକଡାଉନ୍ କରାଯାଇଛି । ଏପରିସ୍ଥଳେ ମନ୍ତ୍ରୀ ନିତିନ ଗଡ଼କରି କହିଛନ୍ତି, ଲକଡାଉନରେ ଜରୁରୀକାଳୀନ ସେବାକୁ ସରଳ କରିବା ପାଇଁ ଅସ୍ଥାୟୀ ଭାବେ ଟୋଲ ଫି ଆଦାୟ କରାଯିବ ନାହିଁ ।

ସାରା ଦେଶରେ ଟୋଲ ପ୍ଲାଜା ଗୁଡ଼ିକରେ ଟୋଲ ଆଦାୟ କାମ ସାମୟିକ ପାଇଁ ବନ୍ଦ କରାଯାଇଛି । ଏହି ନିଷ୍ପତ୍ତି ଯୋଗୁଁ ଗାଡ଼ିରେ ଯିବାଆସିବା ଲୋକଙ୍କ ସମେତ ଟୋଲପ୍ଲାଜାରେ କାମ କରୁଥିବା କର୍ମଚାରୀମାନେ ମଧ୍ୟ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବେ । ପୂର୍ବଭଳି ରାସ୍ତା ମରାମତି ଚାଲିବ ଏବଂ ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ଜରୁରୀ ସମ୍ବଳ ଉପଲବ୍ଧ ହେବ ।

କରୋନା ପାଇଁ ପ୍ରଧାନମନ୍ତ୍ରୀ ଗତ ମଙ୍ଗଳବାର ୨୧ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି । ୧୪ ଏପ୍ର୍ରିଲ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହୋଇଛି । ତେବେ ଲୋକଙ୍କ ସୁରକ୍ଷା ପାଇଁ ବିଭିନ୍ନ ରାଜ୍ୟ ରାଜ୍ୟ ମଧ୍ୟରେ ମ୍ୟଧ ସୀମାକୁ ସିଲ କରିଦିଆଯାଇଛି । କେବଳ ଜରୁରୀକାଳୀନ ସେବା ପାଇଁ ଯାତାୟତ ଅନୁମତି ମିଳିଛି । ଏପରିସ୍ଥଳେ ପରିବହନ ମନ୍ତ୍ରୀଙ୍କ ନିଷ୍ପତ୍ତି ଯୋଗୁଁ ଜରୁରୀକାଳୀନ ସେବା ଚାଲିବାରେ ଅଧିକ ଫାଇଦା ହେବ ।