କରୋନାକୁ ନେଇ ଚୀନରେ ସ୍ଥିତି ସାଂଘାତିକ : ବିଦେଶରେ ମୃତ୍ୟୁକୁ ନେଇ ନୂଆ ତଥ୍ୟ,୫୦ ହଜାରରୁ ଅଧିକ ମୃତ୍ୟୁ ଓ ଦେଢ ଲକ୍ଷରୁ ଅଧିକ ଆକ୍ରାନ୍ତ ସୂଚନା

634

କନକ ବ୍ୟୁରୋ : କରୋନା ଭୂତାଣୁକୁ ନେଇ ଚୀନରେ ସ୍ଥିତି ସାଂଘାତିକ । ସରକାରୀ ରିପୋର୍ଟ କହୁଛି ମୃତ୍ୟୁ ସଂଖ୍ୟା ଟପିଲାଣି ୯୦୦ । ଆକ୍ରାନ୍ତ ସଂଖ୍ୟା ୪୦ ହଜାର । ହେଲେ ଚୀନର କରୋନାକୁ ନେଇ ବିଦେଶରେ ଉଡୁଛି ମୃତ୍ୟୁକୁ ନେଇ ନୂଆ ତଥ୍ୟ । ଯାହାକି ସମସ୍ତଙ୍କ ହୋସ୍ ଉଡାଇ ଦେବ । ଏହି ତଥ୍ୟ ରଖିଛନ୍ତି ନିଜେ ଜଣେ ଚୀନ ନାଗରିକ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଗୁଓ ୱେଙ୍ଗୁଇ । ଚୀନର ଏହି କୋଟିପତି ବ୍ୟବସାୟୀ ଆମେରିକାରେ ଆଶ୍ରୟ ନେଇଛନ୍ତି ।

ସେଠାରୁ ଥାଇ ସେ କରୋନାକୁ ନେଇ ବିଦେଶୀ ଗଣମାଧ୍ୟମରେ ଚୀନର ପୋଲ୍ ଖୋଲିଛନ୍ତି । ଗୁଓ ୱେଙ୍ଗୁଇ ଦେଇଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା କରୋନାରେ ଚୀନରେ ମୃତ୍ୟୁ ସଂଖ୍ୟା ପ୍ରାୟ ୫୦ ହଜାର ରହିଛି । ଆକ୍ରାନ୍ତ ସଂଖ୍ୟା ଦେଢ ଲକ୍ଷରେ ପହଞ୍ଚିଛି । ହେଲେ ସତ ଲୁଚାଉଛନ୍ତି ଚୀନ ସରକାର  । ତେବେ ଏଠାରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ସେ ଏପରି ତାଜୁବ କଲା ପରି ରିପୋର୍ଟ ପାଇଲେ କେଉଁଠାରୁ ? ଏନେଇ ବି ବିଦେଶୀ ଗଣମାଧ୍ୟମରେ ଭରସା ଯୋଗ୍ୟ ତଥ୍ୟ ରଖିଛନ୍ତି ।

ସୂଚନା ଅନୁସାରେ ଚୀନର ଉହାନ ସହରରେ ରହିଛି ୪୯ଟି ଶବାଗାର । ଯେଉଁଠି ଗତ ୧୭ ଦିନ ଧରି ଏଠାରେ କର୍ମଚାରୀ ଦିନ ରାତି ୨୪ ଘଂଟା ଧରି ଶବ ପୋଡି ଚାଲିଛନ୍ତି । ସେହି ଠାରୁ ମିଳିଥିବା ତଥ୍ୟ ଅନୁସାରେ ଦୈନିକ ୧୨ ଶହ ଶବ ପୋଡାଯାଉଛି । ଏହା ହେଉଛି କେବଳ ଗୋଟିଏ ସହରର ତଥ୍ୟ । ଏହି ଅନୁସାରେ ବର୍ତମାନ ସୁଦ୍ଧା କରୋନାରେ ମୃତ୍ୟୁ ସଂଖ୍ୟା ୫୦ ହଜାର ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହିତ ଉହାନ ସହରର ଏପରି ସ୍ଥିତି ଦେଖି ସେ ଦୁଃଖିତ ବୋଲି ମଧ୍ୟ କହିଛନ୍ତି । ତେବେ ଆମେରିକାରେ ଆଶ୍ରୟ ନେଇଥିବା ଏହି ଚୀନ୍ କୋଟିପତି ବ୍ୟବସାୟୀଙ୍କ ରିପୋର୍ଟ ଯଦି ସତ ହୁଏ, ତେବେ କଣ ସାରା ବିଶ୍ୱକୁ କରୋନାର ଭୟବହତା ଲୁଚାଉଛି ଚୀନ । ଏହି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।