ଭାରତରେ ୪୧୫ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ମହାରାଷ୍ଟ୍ରରେ ସର୍ବାଧିକ ୮୯ ଜଣ ଆକ୍ରାନ୍ତ

7,752

କନକ ବ୍ୟୁରୋ : ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ି ବଢ଼ି ଯାଉଛି । ଏହା ମଧ୍ୟରେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ୪ଶହ ୧୫ରେ ପହଞ୍ଚି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୮୯ଜଣ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ମୁକାବିଲା ପାଇଁ ଦେଶର ୨୩ଟି ରାଜ୍ୟର ପ୍ରାୟ ୮୨ଟି ଜିଲ୍ଲାରେ ଲାଗୁ ହୋଇଛି ଲକଡାଉନ । ଏହା ମଧ୍ୟରେ ରହିଛି ଦିଲ୍ଲୀ, ଲକ୍ଷ୍ନୌ, ଆଗ୍ରା, ଦେହରାଦୁନ, କୋଲକାତା, ହାଇଦ୍ରାବାଦ, ଚେନ୍ନାଇ, ଜୟପୁର, ପୁଣେ, ନାଗପୁର, ମୁମ୍ୱାଇ, ରାୟପୁର, ଅହମ୍ମଦାବାଦ ପରି ସହର ରହିଛି ଏହି ଲକଡାଉନ ତାଲିକାରେ । ସାମାଜିକ ଦୂରତା ବଜାୟ ରଖି କରୋନା ମୁକାବିଲା କରିବାକୁ ଏପରି କଠୋର ନିଷ୍ପତି ନିଆଯାଇଛି । ଏଥିପାଇଁ ବିଭିନ୍ନ ରାଜ୍ୟର ନାଗରିକଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ରାଜ୍ୟ ସରକାରମାନେ ।

ସେପଟେ ଲକଡାଉନ ବା ତାଲାବନ୍ଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରିଛନ୍ତି । ଦେଶର ୨୩ଟି ରାଜ୍ୟର ୮୨ ଜିଲ୍ଲାରେ ଲାଗୁ ହୋଇଥିବା ତାଲା ବନ୍ଦକୁ ଲୋକେ ଗୁରୁତର ସହ ନେଉନାହାନ୍ତି ବୋଲି ଟ୍ୱିଟରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ । କରୋନା ଭୂତାଣୁ ସଂକ୍ରମଣ ମାମଲା ଦେଶରେ ଲଗାତର ଭାବେ ବୃଦ୍ଧି ପାଉଛି । କିନ୍ତୁ ଏହାପରେ ବି ଲୋକେ ଘରୁ ବାହାରକୁ ବାହାରୁଛନ୍ତି ଏବଂ ଏହି ନିୟମକୁ ଠିକଭାବେ ପାଳନ କରୁନାହାନ୍ତି । ଯାହାକୁ ନେଇ ମୋଦି ଟ୍ୱିଟ କରିବା ସହ ସରକାରୀ ନିୟମକୁ କଡାକଡି ପାଳନ କରିବାକୁ ଅପିଲ କରିଛନ୍ତି । ମୋଦି ଲେଖିଛନ୍ତି ଏବେବି କିଛି ଲୋକ ଅଛନ୍ତି ଯେଉଁମାନେ ଲକଡାଉନକୁ ଗୁରୁତର ସହ ବା ଗମ୍ଭୀରତାର ସହ ନେଉନାହାନ୍ତି । ତେଣୁ ସମସ୍ତେ ନିୟମ ପାଳନ କରନ୍ତୁ, ସମସ୍ତେ ନିଜକୁ ବଂଚାନ୍ତୁ, ନିଜ ପରିବାରକୁ ବଂଚାନ୍ତୁ । ଏହାସହ ସବୁ ରାଜ୍ୟସରକାରମାନଙ୍କୁ ଏହି ନିୟମ କଡାକଡି ଭାବେ ପାଳନ କରିବାକୁ ମୋଦି ନିବେଦନ କରିଛନ୍ତି ।

ଅନ୍ୟପଟେ ସେୟାର ବଜାର ଉପରେ କରୋନା ମାଡର ପ୍ରଭାବ ଜାରି ରହିଛି । ଆଜି କାରବାରର ପ୍ରଥମ ଦିନରେ ସେନସେକ୍ସରେ ବଡ ହ୍ରାସ ଦେଖାଦେଇଛି । ବିଏସଇ ସେନସେକ୍ସ ୩୧ଶହରୁ ଅଧିକ ଣ୍ଟ ହ୍ରାସ ପାଇଛି । ଆଜି କାରବାରର ପ୍ରଥମ ୧୫ ମିନିଟରେ ନିବେଶକ ୮ ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ସେହିଭଳି ନିଫଟି ବି ୮ ଶହ ପଂଏଟ କମି ୭ ହଜାର ୯ ଶହ ୪୫ରେ ଖୋଲିଥିଲା । ଶୁକ୍ରବାରଦିନ ବି ସେୟାର ମାର୍କେଟରେ ଉତଥାନ-ପତନ ଦେଖିବାକୁ ମିଳିଥିଲା । ପ୍ରାରମ୍ଭିକ କାରବାର ବୃଦ୍ଧି ପାଇଥିଲା । ଚଳିତ ସପ୍ତାହ ସେୟାର ବଜାର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ୁ ଅନେକ ସହରରେ ଲକ ଡାଉନ ସ୍ଥିତି ରହିଛି । ଅନେକ ନିବେଶକ ଘରେ ରହି କାରବାର କରୁଛନ୍ତି ।