ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ପାର :ସଂକ୍ରମିତଙ୍କ ସଂଖ୍ୟା ୫୨୯୫୨କୁ ବୃଦ୍ଧି

431

କନକ ବ୍ୟୁରୋ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ପାର । ଗତ ୨୪ ଘଂଟାରେ ୩୫ଶହରୁ ଅଧିକ ଆକ୍ରାନ୍ତ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ୯୫୨କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଂଟାରେ ୯୦ ଜଣଙ୍କର ମୃତ୍ୟୁ ସହ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୧୭ ଶହ ୮୩ ରେ ପହଁଚିଛି ଏବଂ ୧୫ ହଜାର ୨୬୭ ଜଣ ସୁସ୍ଥ ହୋଇଛନ୍ତି । ଅର୍ଥାତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ବର୍ତମାନ ୩୫ ହଜାର ୯୦୨ ଜଣ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୬ ହଜାର ୭୫୮ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ୬୫୧ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ପଛକୁ ଗୁଜୁରାଟରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ୬ହଜାର ୬୨୫ରେ ପହଁଚିଛି । ଦିଲ୍ଲୀରେ ୫ହଜାର ୫୩୨ ଜଣ ଆକ୍ରାନ୍ତ ହୋଇଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରାଳୟ  ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୭୭୭), ଅରୁଣାଚଳ ପ୍ରଦେଶ (୧), ଆସାମ (୪୫), ବିହାର (୫୪୨), ଚଣ୍ଡିଗଡ଼ (୧୨୦), ଛତିଶଗଡ଼ (୫୯), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୫୫୩୨), ଗୋଆ (୭), ଗୁଜରାଟ (୬୬୨୫), ହରିୟାଣା (୫୯୪), ହିମାଚଳ ପ୍ରଦେଶ (୪୫), ଜମ୍ମୁ ଓ କଶ୍ମୀର (୭୭୫), ଝାଡ଼ଖଣ୍ଡ (୧୨୭) କର୍ଣ୍ଣାଟକ (୬୯୩), କେରଳ (୫୦୩), ଲଦାଖ (୪୧), ମଧ୍ୟପ୍ରଦେଶ (୩୧୩୮), ମହାରାଷ୍ଟ୍ର (୧୬୭୫୮), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୮୫), ପୁଦ୍ଦୁଚେରୀ (୯), ପଞ୍ଜାବ (୧୫୧୬), ରାଜସ୍ଥାନ (୩୩୧୭), ତାମିଲନାଡୁ (୪୮୨୯), ତେଲେଙ୍ଗାନା (୧୧୦୭), ତ୍ରିପୁରା (୪୩), ଉତ୍ତରାଖଣ୍ଡ (୬୧), ଉତ୍ତରପ୍ରଦେଶ (୨୯୯୮) ଓ ପଶ୍ଚିମବଙ୍ଗ (୧୪୫୬) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୨), ଆନ୍ଧ୍ରପ୍ରଦେଶ (୭୨୯), ଅରୁଣାଚଳ ପ୍ରଦେଶ (୧), ଆସାମ (୩୨), ବିହାର (୧୮୮), ଚଣ୍ଡିଗଡ଼ (୨୧), ଛତିଶଗଡ଼ (୩୬), ଦିଲ୍ଲୀ (୧୫୪୨), ଗୋଆ (୭), ଗୁଜରାଟ (୧୫୦୦), ହରିୟାଣା (୨୬୦), ହିମାଚଳ ପ୍ରଦେଶ (୩୮), ଜମ୍ମୁ ଓ କଶ୍ମୀର (୩୨୨), ଝାଡ଼ଖଣ୍ଡ (୩୭), କର୍ଣ୍ଣାଟକ (୩୫୪), କେରଳ (୪୬୯), ଲଦାଖ (୧୭), ମଧ୍ୟପ୍ରଦେଶ (୧୦୯୯), ମହାରାଷ୍ଟ୍ର (୩୦୯୪), ମଣିପୁର (୨), ମେଘାଳୟ ୧୦, ଓଡ଼ିଶା (୬୧), ପୁଦ୍ଦୁଚେରୀ (୬), ପଞ୍ଜାବ (୧୩୫), ରାଜସ୍ଥାନ (୧୫୯୬), ତାମିଲନାଡୁ (୧୫୧୬), ତେଲେଙ୍ଗାନା (୬୨୮), ତ୍ରିପୁରା (୨), ଉତ୍ତରାଖଣ୍ଡ (୩୯), ଉତ୍ତରପ୍ରଦେଶ (୧୧୩୦) ଓ ପଶ୍ଚିମବଙ୍ଗ (୩୬୪) ।