ଭାରତରେ କରୋନା ନେଲାଣି ୪୧୪ ଜୀବନ : ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ଟପିଲା, ସୁସ୍ଥ ହୋଇ ଘରକୁ ଫେରିଲେଣି ୧୪୮୯ ଜଣ

543

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ହାଜର ଟପିଲ। । ଭାଇରସ ସଂକ୍ରମଣରେ ଏବେ ସୁଦ୍ଧା ୪୧୪ ଜଣଙ୍କ ଜୀବନ ଯାଇଛି । ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧୨ ହଜାର ୩୮୦କୁ ବୃଦ୍ଧି ହୋଇଛି । ଆଉ ଏଥିମଧ୍ୟରୁ ୪୧୪ ଜଣ ଲୋକ ପ୍ରାଣ ହରାଇଛନ୍ତି । ଅନ୍ୟପଟେ କରୋନା ଭାଇରସରୁ ୧୪୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦,୪୪୭ ରହିଛି ।

କରୋନା ସଂକ୍ରମଣରେ ସବୁଠାରୁ ଅଧିକ ଜଟିଳ ସ୍ଥିତି ଦେଇ ଗତି କରୁଛି ମହାରାଷ୍ଟ୍ର । ଏବେ ସୁଦ୍ଧା ମହାରାଷ୍ଟ୍ର । ୨୯୧୬ ମାମଲା ସାମ୍ନାକୁ ଆସିଛି ଏବଂ ୧୮୭ ଲୋକ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ପ୍ରାୟ ୨୯୫ ଲୋକ କରୋନା କବଳରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏତି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ । ପ୍ରାୟ ୧୫୭୮ ଲୋକ ରୋଗୀ ଚିହ୍ନଟ ହୋଇଥିବା ବେଳ ୩୨ ଜଣ ରୋଗୀ ପ୍ରାଣୀ ହରାଇଛନ୍ତି । ତେବେ ସବୁଠାରୁ ଆଶ୍ବସ୍ତିକର ଖବର ହେଲା ଦିଲ୍ଲୀରେ ୨୪ ଘଣ୍ଟାରେ ମାତ୍ର  ନୂଆ ୧୭ ରୋଗୀ ଚିହ୍ନଟ ହୋଇଛନ୍ତି ।

ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟର ତାଲିକା ?
ମହାରାଷ୍ଟ୍ର ଆକ୍ରାନ୍ତ ୨୯୧୬, ମୃତ ୧୮୭
ଦିଲ୍ଲୀ ଆକ୍ରାନ୍ତ ୧୫୭୮ , ମୃତ ୩୨
ତାମିଲନାଡୁ ଆକ୍ରାନ୍ତ ୧୨୪୨ , ମୃତ ୧୪
ରାଜସ୍ଥାନ ଆକ୍ରାନ୍ତ ୧୦୨୩ , ମୃତ ୩
ମଧ୍ୟପ୍ରଦେଶ ଆକ୍ରାନ୍ତ ୯୮୭ , ମୃତ ୫୩
ଗୁଜରାଟ ଆକ୍ରାନ୍ତ ୭୬୬, ମୃତ ୩୩
ଉତ୍ତରପ୍ରଦେଶ ଆକ୍ରାନ୍ତ ୭୩୫ , ମୃତ ୧୧
ତେଲେଙ୍ଗାନା ଆକ୍ରାନ୍ତ ୬୪୭ , ମୃତ ୧୮
ଆନ୍ଧ୍ରପ୍ରଦେଶ ଆକ୍ରାନ୍ତ ୫୨୫, ମୃତ ୧୪