ଭାରତରେ ୫୭୩୪ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ମୃତ୍ୟୁସଂଖ୍ୟା ୧୬୬କୁ ବୃଦ୍ଧି, ସୁସ୍ଥ ହୋଇ ଘରକୁ ଫେରିଲେଣି ୪୭୨
କନକ ବ୍ୟୁରୋ : କରୋନା ସଂକ୍ରମଣ ଓ କରୋନା ଜନିତ ମୃତ୍ୟୁ ବିଶ୍ୱରେ ଉଦବେଗ ଜନକ ଭାବେ ବୃଦ୍ଧି ପାଉଛି । ଭାରତରେ ମୋଟ୍ ୫୭୩୪ କରୋନା ରୋଗୀ ଠାବ ହୋଇଛନ୍ତି । ବର୍ତମାନ ସୁଦ୍ଧା ୫ ହଜାର ୯୫ଜଣ ଆକ୍ଟିଭ୍ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୬୬ କୁ ଛୁଇଁଛି । ଗତ ୨୪ ଘଂଟାରେ ୫୪୦ ନୂଆ ମାମଲା ଠାବ ହୋଇଛି । ଏନେଇ ସ୍ପଷ୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଭାରତରେ ସଂକ୍ରମିତ ରାଜ୍ୟ ତାଲିକାର ମହାରାଷ୍ଟ୍ର ଶୀର୍ଷରେ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମହାରାଷ୍ଟ୍ରରେ ୧୧୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୧୧୭ ଜଣ ସୁସ୍ଥ ହୋଇଥିବା ବେଳେ ୭୨ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭୂତାଣୁ । ସେହିପରି ତାମିଲନାଡୁରେ ୭୩୮ ସଂକ୍ରମିତ ଚିହ୍ନଟ, ୨୧ ଜଣ ସୁସ୍ଥ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୬୬୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ ସୁସ୍ଥ ହୋଇଛନ୍ତି ଓ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏପଟେ ଓଡିଶାରେ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ଏପଟେ ଓଡିଶାରେ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି ।
—