ଦେଶରେ ହଜାରେ ଟପିଲା କରୋନା ମୃତ୍ୟୁ ସଂଖ୍ୟା : ୩୧ ହଜାରରୁ ଅଧିକ ସଂକ୍ରମିତ,ମହାରାଷ୍ଟ୍ରରେ ୪୦୦ କରୋନା ରୋଗୀ ମୃତ

520

କନକ ବ୍ୟୁରୋ : କରୋନା ସହ ଲଢେଇ କରୁଛି ସାରା ଦେଶ । ତାଲାବନ୍ଦ ଅବଧି ଆସନ୍ତା ୩ ତାରିଖରେ ଶେଷ ହେଉଥିବା ବେଳେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଟପିଛି । ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ଟପିଥିବାବେଳେ ବର୍ତ୍ତମାନ ସୁଦ୍ଧା ୭ ହଜାର ୬୯୬ ସୁସ୍ଥ ହେଲେଣି । ସମଗ୍ର ଦେଶରେ ୩୧୩୩୨ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।

ମହାରାଷ୍ଟ୍ର ଓ ଗୁଜରାଟରେ ସ୍ଥିତି ସଙ୍ଗୀନ ହୋଇଛି । ମହାରାଷ୍ଟ୍ରରେ ୪ ଶହ ପ୍ରାଣ ହରାଇଲେଣି । ମହାରାଷ୍ଟ୍ରରେ ସ୍ଥିତି ସୁଧୁରିବାର ନା ନେଉନି । ଏଠାରେ କରୋନା ମୃତ୍ୟୁ ସଂଖ୍ୟା ୪୦୦ରେ ପହଞ୍ଚିଥିବା ବେଳେ ସଂକ୍ରମିଙ୍କ ସଂଖ୍ୟା ୯୩୧୮ରେ ପହଞ୍ଚିଛି । କେବଳ ମାୟାନଗରୀ ମୁମ୍ବାଇରେ ୬୧୬୯ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଅନ୍ୟପଟେ ୨୪୪ ଜଣ ପ୍ରାଣ ହରାଇ ସାରିଛନ୍ତି । ଅନ୍ୟପଟେ ଏସିଆର ସବୁଠାରୁ ବୃହତ୍ ବସ୍ତି ଧାରାବୀରେ ୩୦୦ରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୧୧୨ ଜଣ ପୋଲିସ କର୍ମୀ ମଧ୍ୟ କରୋନର ସଂକ୍ରମଣର ଶିକାର ହୋଇଛି । ଆଉ ଏଥିରେ ୩ ଜଣ କରୋନା ଯୋଦ୍ଧା ପ୍ରାଣ ହରାଇ ସାରିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୨୫୯), ଅରୁଣାଚଳ ପ୍ରଦେଶ (୧), ଆସାମ (୩୮), ବିହାର (୩୬୬), ଚଣ୍ଡିଗଡ଼ (୫୬), ଛତିଶଗଡ଼ (୩୮), ଦିଲ୍ଲୀ (୩୩୧୪), ଗୋଆ (୭), ଗୁଜରାଟ (୩୭୪୪), ହରିୟାଣା (୩୧୦), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୫୬୫), ଝାଡ଼ଖଣ୍ଡ (୧୦୩) କର୍ଣ୍ଣାଟକ (୫୨୩), କେରଳ (୪୮୫), ଲଦାଖ (୨୨), ମଧ୍ୟପ୍ରଦେଶ (୨୩୮୭), ମହାରାଷ୍ଟ୍ର (୯୩୧୮), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୧୮), ପୁଦ୍ଦୁଚେରୀ (୮), ପଞ୍ଜାବ (୩୨୨), ରାଜସ୍ଥାନ (୨୩୬୪), ତାମିଲନାଡୁ (୨୦୫୮), ତେଲେଙ୍ଗାନା (୧୦୦୪), ତ୍ରିପୁରା (୨), ଉତ୍ତରାଖଣ୍ଡ (୫୪), ଉତ୍ତରପ୍ରଦେଶ (୨୦୫୩) ଓ ପଶ୍ଚିମବଙ୍ଗ (୭୨୫) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୫), ଆନ୍ଧ୍ରପ୍ରଦେଶ (୨୮୫), ଅରୁଣାଚଳ ପ୍ରଦେଶ (୧), ଆସାମ (୨୭), ବିହାର (୬୪), ଚଣ୍ଡିଗଡ଼ (୧୭), ଛତିଶଗଡ଼ (୩୪), ଦିଲ୍ଲୀ (୧୦୭୮), ଗୋଆ (୭), ଗୁଜରାଟ (୪୩୪), ହରିୟାଣା (୨୦୯), ହିମାଚଳ ପ୍ରଦେଶ (୨୫), ଜମ୍ମୁ ଓ କଶ୍ମୀର (୧୭୬), ଝାଡ଼ଖଣ୍ଡ (୧୭), କର୍ଣ୍ଣାଟକ (୨୦୭), କେରଳ (୩୫୯), ଲଦାଖ (୧୬), ମଧ୍ୟପ୍ରଦେଶ (୩୭୭), ମହାରାଷ୍ଟ୍ର (୧୩୮୮), ମଣିପୁର (୨), ଓଡ଼ିଶା (୩୮), ପୁଦ୍ଦୁଚେରୀ (୩), ପଞ୍ଜାବ (୭୧), ରାଜସ୍ଥାନ (୭୬୮), ତାମିଲନାଡୁ (୧୧୬୮), ତେଲେଙ୍ଗାନା (୩୨୧), ତ୍ରିପୁରା (୨), ଉତ୍ତରାଖଣ୍ଡ (୩୩), ଉତ୍ତରପ୍ରଦେଶ (୪୬୨) ଓ ପଶ୍ଚିମବଙ୍ଗ (୧୧୯) ।