ଓଡ଼ିଶାରେ ବଢ଼ୁଛି କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା : ଘରେ ଚିକିତ୍ସିତ ହେଉଛନ୍ତି ୬୨ ଜଣ

କରୋନା ଭୟ: ରାଜଧାନୀର ସବୁ ସ୍କୁଲରେ ବଂଟାଯିବ ପେପର ସୋପ୍; କ୍ୟାପିଟାଲ ହାଇସ୍କୁଲ ବୁଲି ସଚେତନ କରାଇଲେ  ଗଣଶିକ୍ଷାମନ୍ତ୍ରୀ

କନକ ବ୍ୟୁରୋ : ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯଦିଓ ଏ ପର୍ଯ୍ୟନ୍ତ ଜଣେ ହେଲେ କରୋନା ଭୂତାଣୁରେ ସଂକ୍ରମିତ ଥିବା ଚିହ୍ନଟ ହୋଇ ନାହାନ୍ତି ତଥାପି ସ୍ବାସ୍ଥ୍ୟ ବିଭାଗ କିଛି ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ହସ୍ପିଟାଲରେ କିମ୍ବା ଘରେ ରହିବା ଲାଗି ନିର୍ଦେଶ ଦେଇଛନ୍ତି । ରାଜ୍ୟରେ ଏ ପର୍ଯ୍ୟନ୍ତ ୬୨ଜଣ ସନ୍ଦିଗ୍ଧ ବ୍ୟକ୍ତି ନିଜ ଘରେ ରହି ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ଏ ପର୍ଯ୍ୟନ୍ତ ୯୩ଜଣଙ୍କୁ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇ ସାରିଲାଣି । ଘରେ ଚିକିତ୍ସିତ ହେଉଥିବା ସନ୍ଦିଗ୍ଧଙ୍କ ମଧ୍ୟରୁ ୨୮ଜଣଙ୍କୁ ବିପଦ ମୁକ୍ତ ଘୋଷଣା କରାଯାଇଛି । ଅପରପକ୍ଷରେ ରାଜ୍ୟରେ ୭ଜଣଙ୍କୁ ଛାଡ଼ି ଦେଲେ ଆଉ କାହାର ନମୁନା ସଂଗ୍ରହ କରାଯାଇ ନାହିଁ। ଏହାସହ ଲୋକମାନଙ୍କୁ କରୋନା ଭୂତାଣୁ ସଂପର୍କିତ ସୂଚନା ପାଇଁ ୨୪ଘଣ୍ଟିଆ ହେଲ୍‌ପଲାଇନ ନମ୍ବର କାର୍ଯ୍ୟ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe