ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ହଜାର ଟପିଲା : ୨୪ ଘଣ୍ଟା ମଧ୍ୟରେ ୩୦ଜଣ ଆକ୍ରାନ୍ତଙ୍କ ମୃତ୍ୟୁ , ଭାରତରେ କରୋନା ମୃତ୍ୟୁସଂଖ୍ୟା ୧୯୯କୁ ବୃଦ୍ଧି

୧୦ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାରେ ଭାରତ, ଦିନକରେ ପ୍ରାୟ ୭ ହଜାର ମାମଲା ଦିଲ୍ଲୀରେ ଅଚାନକ ବଢ଼ିଲା ସଂକ୍ରମଣ

କନକ ବ୍ୟୁରୋ : ଦେଶରେ ୬ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪୭ ବୃଦ୍ଧି ପାଇ ୬୪୧୨ରେ ପହଞ୍ଚିଛି । ସେହିପରି ଦିନକରେ ୩୦ ଜଣଙ୍କର ମୃତ୍ୟୁ ହେବା ସହ କରୋନା ମୃତକଙ୍କ ସଂଖ୍ୟା ୧୯୯ରେ ପହଞ୍ଚିଛି । ଅନ୍ୟପଟେ ଏବେ ସୁଦ୍ଧା ୫୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅର୍ଥାତ ବର୍ତ୍ତମାନ ଦେଶରେ ୫ ହଜାର ୭୦୯ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

ମହାରାଷ୍ଟ୍ରରେ ସ୍ଥିତି ସବୁଠାରୁ ଗମ୍ଭୀର ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୧ହଜାର ୩୬୪ ଜଣ ସଂକ୍ରମିତ ହୋଇଥିବାବେଳେ ୯୭ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁରେ ୮୩୪ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨୦ରେ ପହଁଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୧୨ ଛୁଇଁଛି । ଏବଂ ଝାରଖଣ୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟାମନ୍ତ୍ରାଳୟ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା : ଆନ୍ଧ୍ରପ୍ରଦେଶ (୩୪୮), ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୧), ଅରୁଣାଚଳ ପ୍ରଦେଶ (୧), ଆସାମ (୨୯), ବିହାର (୩୯), ଚଣ୍ଡିଗଡ଼ (୧୮), ଛତିଶଗଡ଼ (୧୦), ଦିଲ୍ଲୀ (୭୨୦), ଗୋଆ (୭), ଗୁଜରାଟ (୨୪୧), ହରିୟାଣା (୧୬୯), ହିମାଚଳ ପ୍ରଦେଶ (୧୮), ଜମ୍ମୁ ଓ କଶ୍ମୀର (୧୫୮), ଝାଡ଼ଖଣ୍ଡ (୧୩) କର୍ଣ୍ଣାଟକ (୧୮୧), କେରଳ (୩୫୭), ଲଦାଖ (୧୫), ମଧ୍ୟପ୍ରଦେଶ (୨୫୯), ମହାରାଷ୍ଟ୍ର (୧୩୬୪), ମଣିପୁର (୨), ମିଜୋରାମ (୧), ଓଡ଼ିଶା (୪୪), ପୁଡ଼ୁଚେରୀ (୫), ପଞ୍ଜାବ (୧୦୧), ରାଜସ୍ଥାନ (୪୬୩), ତାମିଲନାଡୁ (୮୩୪), ତେଲେଙ୍ଗାନା (୪୪୨), ତ୍ରିପୁରା (୧), ଉତ୍ତରାଖଣ୍ଡ (୩୫), ଉତ୍ତରପ୍ରଦେଶ (୪୧୦) ଓ ପଶ୍ଚିମବଙ୍ଗ (୧୧୬) ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe