କରୋନା ପାଇଁ ଦେଶରେ ୨୧ଟି ବିମାନ ବନ୍ଦରରେ ୩୦୦ ଜଣ ଡାକ୍ତର ନିୟୋଜିତ : ବିଦେଶରୁ ଆସୁଥିବା ଯାତ୍ରୀଙ୍କ କରାଯାଉଛି ଥର୍ମାଲ ସ୍କ୍ରିନିଂ

221

କନକ ବ୍ୟୁରୋ : କରୋନା ପାଇଁ ସବୁ ବିମାନବନ୍ଦରରେ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ୨୧ଟି ବିମାନ ବନ୍ଦରରେ ୩୦୦ ଜଣ ଡାକ୍ତରଙ୍କୁ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଚୀନ, ଦକ୍ଷିଣ କୋରିଆ, ଜାପାନ, ଇଟାଲୀ ପାଇଁ ଭିସା ରଦ୍ଦ କରାଯାଇଛି । ପ୍ରଧାନମନ୍ତ୍ରୀ ଏହା ଊପରେ କଡା ନଜର ରଖିଥିବା କହିଛନ୍ତି ହର୍ଷବର୍ଦ୍ଧନ ।

ଏପଟେ ଦେଶରେ କରୋନା ସ୍ଥିତି ନେଇ ରାଜ୍ୟସଭାରେ ମତ ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ଭାରତରେ ୨୮ ହଜାର ୫୨୯ କରୋନା ସନ୍ଦିଗ୍ଧଙ୍କ ଉପରେ ନଜର ରଖାଯାଇଥିବା କହିଛନ୍ତି । ଏବେ ଯାଏ ଭାରତରେ ୨୯ଜଣଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ୩ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୨୬ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଭାରତ ସରକାର ଏନେଇ ପଦକ୍ଷେପ ନେଉଛନ୍ତି । ସମସ୍ତ ମେଡିକାଲରେ ଆଇସୋଲେସନ ୱାର୍ଡ ହୋଇଛି । ସଂକ୍ରମିତ ହେବାର ୧୪ ଦିନ ଭିତରେ ରୋଗ ଜଣାପଡିଥାଏ ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।