କରୋନା କବଳରେ ଦିଲ୍ଲୀ । ମୁମ୍ବାଇକୁ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ନୂଆ ୩ ହଜାର ୭ଶହ ୮୮ ମାମଲା, ୬୪ ନୂଆ ମୃତ୍ୟୁ । ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୭୦ ହଜାର ।

327

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ଜୋର ଧରିଲାଣି କରୋନାର ବେଗ । ବର୍ତମାନ ସଂଖ୍ୟାକୁ ଅନୁଧ୍ୟାନ କଲେ ଏହା ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇକୁ ପଛରେ ପକାଇ ଆଗକୁ ଆଗେଇ ଆସିଛି । କେବଳ ଦିଲ୍ଲୀରେ ଆକ୍ରାନ୍ତ ସଂଖ୍ୟା ଛୁଇଁଲାଣି ୭୦ ହଜାର । ବୁଧବାର ଆସିଥିବା ରିପୋର୍ଟ ଅନୁସାରେ ଏପରି ତଥ୍ୟ ଜାରି ହୋଇଛି । ଦିଲ୍ଲୀରେ ଗତ ୨୪ ଘଂଟାରେ ୩ ହଜାର ୭୮୮ ନୂଆ ମାମଲା ସାମ୍ନାକୁ ଆସିବା ସହ ୬୪ ନୂଆ ମୃତ୍ୟୁ ହୋଇଛି । ଏହାକ ମିଶାଇଲେ ଦିଲ୍ଲୀରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୭୦ ହଜାର ପାର୍ କରିଛି ।

ଦିଲ୍ଲୀରେ ଏବେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୭୦ ହଜାର ୩୯୦ ରହିଛି । ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୩୬୫ ରହିଛି । ଦିଲ୍ଲୀରେ ଆକ୍ଟିଭ୍ କେସ୍ ସଂଖ୍ୟା ରହିଛି ୨୬ ହଜାର ୫୮୮ । ଚିକିତ୍ସା ପରେ ୪୧ ହଜାର ୪୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ମୁମ୍ୱାଇରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୬୯ ହଜାର ୫୨୮ରେ ପହଁଚି ଗଲାଣି । ତେବେ ଦିଲ୍ଲୀ ଅପେକ୍ଷା ଅଧିକ ମୃତ୍ୟୁ ମୁମ୍ୱାଇରେ ହେଉଛି । କରୋନା ମୃତ୍ୟୁ ସଂଖ୍ୟା ଏଠାରେ ୩ ହଜାର ୯୬୪ରେ ପହଁଚିଗଲାଣି ।

କେବଳ ମହାରାଷ୍ଟ୍ରରେ ମୋଟ୍ କରୋନା ମୃତ୍ୟୁ ୬ ହଜାର ୭୩୯ ଥିବା ବେଳେ ଏଥିରୁ କେବଳ ମୁମ୍ୱାଇରେ କରୋନା ମୃତ୍ୟୁ ପ୍ରାୟ ୪ ହଜାର ନିକଟତର ହୋଇଗଲାଣି । ସେପଟେ ଦିଲ୍ଲୀରେ କରୋନା ମୁକାବିଲା ପାଇଁ ଆସନ୍ତା ୬ ଜୁଲାଇ ଯାଏଁ ଘର ଘର ବୁଲି ସ୍କ୍ରିନିଂ କରାଯିବ । କୋଭିଡ୍ ରେସପନ୍ସ ପ୍ଲାନ୍ ବି ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।