ଚୀନରେ କରୋନା ପାଇଁ ଲଙ୍ଗ ଡିଷ୍ଟାନ୍ସ ହେୟାର କଟ୍ : ସଂକ୍ରମଣ ଭୟରେ ସେଲୁନ ଓ ପାର୍ଲରରେ ଚାରିଫୁଟ୍ ଦୂରରେ ଛିଡ଼ାହୋଇ ଚୁଟି କାଟୁଛନ୍ତି ଭଣ୍ଡାରୀ

2,031

କନକ ବ୍ୟୁରୋ : କରୋନା ଭାଇରସ ଚୀନରେ ୩ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି । ୮୦ହଜାରରୁ ଅଧିକ ଏହି ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏହାରି ଭିତରେ ଚୀନରେ କରୋନା ଭାଇରସର ଭୟବହତା ଭିତରେ କିଛି ଏଭଳି ଚିତ୍ର ଆସିଛି ଯାହାକୁ ଦେଖିଲେ ହୁଏତ ଆପଣ ବିଶ୍ୱାସ କରିବେନି । ଚୀନରେ ଏବେ ସେଲୁନ ଓ ପାର୍ଲରରେ ଲୋକଙ୍କର ଚୁଟି ୩ରୁ ୪ ଫୁଟ ଦୂରରୁ କଟାଯାଉଛି । ସୋସିଆଲ ମିଡିଆରେ କିଛି ଏହିପରି ଫଟୋ ଓ ଭିଡିଓ ଭାଇରାଲ ହେଉଛି ।

ପାର୍ଲର ଓ ସେଲୁନରେ ଲୋକଙ୍କୁ ଦୂରରେ ରଖାଯାଇ ଚୁଟି କଟାଯାଉଛି । ତାହା ପୁଣି ୩-୪ଫୁଟ ଦୂରରୁ । ସ୍ପର୍ଶ କଲେ ସଂକ୍ରମଣ ଆଶଙ୍କା ସମ୍ଭାବନା ଥିବାରୁ ଲୋକମାନେ ବି ଏହି ଉପାୟକୁ ଆପଣାଉଥିବା ଦେଖିବାକୁ ମିଳୁଛି । ଚୀନର ହେନାନ ପ୍ରାନ୍ତରେ ଥିବା ସେଲୁନର ଏହି ଦୃଶ୍ୟ ଏବେ ଭାଇରାଲ ହେଉଛି । ସବୁଠୁ ବଡ କଥା ହେଉଛି ଆପଣ ଯେଉଁଭଳି ହେୟାର ଡିଜାଇନ କରିବାକୁ ଚାହିିଁବେ ଲଙ୍ଗ ଡିଷ୍ଟାନ୍ସ ହେୟାର କଟିଙ୍ଗରେ ଆପଣଙ୍କ ବାଳକୁ ସେହି ଡିଜାଇନ ଅନୁସାରେ କଟିଂ କରା ଯାଉଛି ।

କେବଳ ହେନାନ ନୁହେଁ ସିଚ୍ରୁଆନ ପ୍ରାନ୍ତରେ ବି ଏହି ଉପାୟରେ ବାଳ କଟା ଯାଉଛି । ଏହାକୁ ଲୋକେ ଲଙ୍ଗ ଡିଷ୍ଟାନ୍ସ ହେୟାର କଟିଂ ବୋଲି କହୁଛନ୍ତି ।