କରୋନା ଭୟ : ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଚେକିଂ କଡ଼ାକଡ଼ି, ବାହାରୁ ଆସୁଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି ଡାକ୍ତର

224

କନକ ବ୍ୟୁରୋ : କରୋନା ପାଇଁ ଚେକିଂ । କରୋନା ଭାଇରସ୍ ଭୟରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଚେକିଂ କଡ଼ାକଡ଼ି କରାଯାଇଛି । ବାହାରୁ ଆସୁଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି ଡାକ୍ତର । କରୋନା ଭୂତାଣୁର ଆତଙ୍କ ବଢୁଥିବା ବେଳେ ଯାତ୍ରୀଙ୍କ ଦେହରେ ଏହି ଭୂତାଣୁ ଅଛି କି ନାହିଁ ସେ ନେଇ ସ୍ୱାସ୍ଥ୍ୟ ଯାଂଚ କରାଯାଉଛି । କ୍ୟାପିଟାଲ ହସ୍ପିଟାଲ ଡାକ୍ତରୀ ଟିମ୍ ଚେକିଂରେ ସାମିଲ ଅଛନ୍ତି ।

ସେପଟେ କୋରୋନା ଭୂତାଣୁର ମୁକାବିଲା ପାଇଁ ଓଡିଶାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଓ ସମ୍ବଲପୁର ଭିମସାରରେ ସ୍ୱତନ୍ତ୍ର ୱାର୍ଡ ଖୋଲା ଯାଇଛି । ଓଡିଶାରେ କରୋନା ସଂକ୍ରମଣର ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତି ଚାଲିଛି । ଏହି ସ୍ୱତନ୍ତ୍ର ୱାର୍ଡରେ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଚିକିିତ୍ସା କରିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ସେହିପରି ଗତକାଲି ଟୋଲ୍ ଫ୍ରି ନମ୍ବର ଜାରି କରି ଓଡ଼ିଶା ସରକାର ପରାମର୍ଶ ଦେଇଛନ୍ତି, ଯେଉଁମାନେ ଚୀନ୍ରୁ ଫେରିଛନ୍ତି ସେମାନେ ନିଜର ସ୍ୱାସ୍ଥ୍ୟ ପରିକ୍ଷା କରାଇ ନିଅନ୍ତୁ । କୌଣସି ପ୍ରକାର ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସତର୍କ କରାଇ ଦେଇଛନ୍ତି ।