ଏବେ କରନି ବିବାହ : କୋକୁଆ ଭୟ ଖେଳାଇଥିବା କରୋନା ପାଇଁ ଚୀନର ଅନେକ ସହରରେ ବିବାହ ଆଦି ଶୁଭକାର୍ଯ୍ୟ ବନ୍ଦ, ଗୋଟିଏ ସ୍ଥାନରେ ଅଧିକ ଲୋକ ଠୁଳ ନହେବାକୁ ସରକାରଙ୍କ ଅପିଲ୍

210
କନକ ବ୍ୟୁରୋ : ଚୀନରେ କରୋନା ପାଇଁ କୋକୁଆ ଭୟ । ଦିନକୁ ଦିନ ବଢ଼ୁଛନ୍ତି ମୃତକଙ୍କ ସଂଖ୍ୟା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ବିଶ୍ୱ ଜନସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିସାରିଛି । କରୋନା ଭାଇରସ୍ ଏବେ ଚୀନ୍ ସମେତ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି । ତେବେ କରୋନା ପାଇଁ ଚୀନରେ ବିବାହ ଆଦି ଶୁଭକାର୍ଯ୍ୟକୁ ସାମୟିକ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କରୋନ ଭାଇରସ୍ ପାଇଁ ବିବାହ ବନ୍ଦ । ମହାମାରୀ ରୂପ ନେଇଥିବା କରୋନ ପାଇଁ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ସମସ୍ତ ଶୁଭକାମକୁ ଅଟକାଇ ଦିଆଯାଇଛି । ସକରାର ବର୍ତ୍ତମାନ ସମୟରେ ବିବାହ ଉପରେ ରୋକ ଲଗାଇ ଦେଇଛନ୍ତି ।

ଚୀନରେ ସାମୟିକ ସମୟ ପାଇଁ ବିବାହ ଆଦି ଶୁଭକାର୍ଯ୍ୟ ବନ୍ଦ କରିବା ପାଇଁ ନାଗରିକଙ୍କ ଉଦ୍ଦେଶ୍ୟରେ ଅପିଲ କରିଛନ୍ତି ସରକାର । କେବଳ ଏତିକି ନୁହେଁ ଅନ୍ତିମ ସଂସ୍କାର କାମ ଆଦି କାମରେ ଅଳ୍ପ ଲୋକ ଉପସ୍ଥିତ ରୁହନ୍ତୁ ବୋଲି ଅନୁରୋଧ କରିଛନ୍ତି । ଲୋକେ ଏକାଠି ନହେଲେ ଭୂତାଣୁ ସଂକ୍ରମଣ ହେବନି ବୋଲି ଏପରି ପଦକ୍ଷେପ ଉଠାଇଛନ୍ତି ଚୀନ ସରକାର ।
ରିପୋର୍ଟ ଅନୁସାରେ ଆଜିର ଦିନ ୨ ତାରିଖ ୨ ମାସ ୨ହଜାର ୨୦ ମସିହାକୁ ସବୁଦିନ ଲାଗି ମନେ କରିବା ପାଇଁ ହଜାର ହଜାର ଲୋକ ବିବାହ କରିବାକୁ ଚାହୁଁଥିଲେ । ଆଉ ଏଥିପାଇଁ ବିବାହ ପଞ୍ଜୀକରଣ ଅଫିସରେ ପୂର୍ବରୁ ପଞ୍ଜୀକରଣ ମଧ୍ୟ ସରିଥିଲା । ହେଲେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ବିବାହ ପଞ୍ଜୀକରଣ ସେବାକୁ ଅସ୍ଥାୟୀ ରୂପେ ବନ୍ଦ କରିଦେଇଛନ୍ତି । କରୋନା ଭୟରେ ବିବାହ ଆଦି କାମକୁ ଅଳ୍ପ ଦିନ ପାଇଁ ବନ୍ଦ କରିଦେବାକୁ ଅପିଲ କରାଯାଇଛି ।