କନକ ବ୍ୟୁରୋ : ଦେଶରେ ୮ ହଜାରର ନିକଟତର ହେଲାଣି କରୋନା ମୃତ୍ୟୁ ସଂଖ୍ୟା । ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ଆଡକୁ ମୁହାଁଉଛି । ଗତ ୨୪ ଘଂଟାରେ ୯୯୮୫ ନୂଆ ମାମଲା ଚିହ୍ନଟ ହେବା ସହ ୨୭୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩କୁ ବୃଦ୍ଧି ହୋଇଛି । ସେହିପରି ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୭ ହଜାର ୭୪୫ ରହିଛି ।
ଏବେ ଦେଶରେ ୧ ଲକ୍ଷ ୩୩ ହଜାର ୬୩୨ ଜଣ ଆକ୍ଟିଭ୍ କେସ୍ ରହିଛି । ଦେଶରେ ମହାରାଷ୍ଟ୍ର ଓ ଦିଲ୍ଲୀ ସ୍ଥିତି ସବୁ କରୋନା ଆକ୍ରାନ୍ତ ରାଜ୍ୟ ଠାରୁ ସଙ୍ଗୀନ ରହିଛି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୯୦ ହଜାର ୭୮୭କୁ ବୃଦ୍ଧି ହୋଇଛି । ଏବେ ମହାରାଷ୍ଟ୍ରରେ ଆକ୍ଟିଭ୍ କେସ୍ ୪୪ ହଜାର ୮୬୬ ଓ ମୃତ୍ୟୁ ସଂଖ୍ୟା ୩ ହଜାର ୨୮୯ ରହିଛି । ଦିଲ୍ଲୀରେ ଆକ୍ରାନ୍ତ ସଂଖ୍ୟା ୩୧ ହଜାର ୩୦୯ ଏବଂ ମୃତ୍ୟୁ ସଂଖ୍ୟା ୯୦୫ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/19-6.jpg)