୯୧୫୨ ଛୁଇଁଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ୩୦୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ସୁସ୍ଥ ହୋଇ ଘରକୁ ଫେରିଲେଣି ୮୫୭ ଜଣ

Advertisment
ଦିନକରେ ସର୍ବାଧିକ ୭୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ହଜାରେ ୫୭ ମୃତ: ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ ଟପିଲା

କନକ ବ୍ୟୁରୋ : ପୂରା ବିଶ୍ବରେ ମୃତ୍ୟୁର ତାଣ୍ଡବ ଜାରି ରଖିଥିବା କରୋନା ଭାଇରସ୍‌ର ପ୍ରକୋପ ଏବେ ଭାରତରେ ବି ବଢ଼ିଚାଲିଛି । ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି । ମାର୍ଚ୍ଚ ୨୯ରେ ଭାରତରେ ୯୭୯ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ପିଜିଟିଭ ଚିହ୍ନଟଙ୍କ ସଂଖ୍ୟା ୯୧୫୨ ରେ ପହଁଚିଛି । ବର୍ତ୍ତମାନ ସୁଦ୍ଧା ୮୫୭ ଜଣ ସୁସ୍ଥ ହୋଇଥିବାବେଳେ ପ୍ରାଣ ହରାଇଛନ୍ତି ୩୦୮ ଜଣ । ଅର୍ଥାତ ଏବେ ୭ ହଜାର ୯୮୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ ଓ ତାମିଲନାଡୁରେ ସ୍ଥିତି ସଙ୍ଗୀନ ହୋଇଛି ।

ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାଖାପାଖି ପହଁଚିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଏବେ ସୁଦ୍ଧା ମହାରାଷ୍ଟ୍ରରେ ୧୯୮୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୪୯ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦିଲ୍ଲୀରେ ୧୧୫୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨୪ ଜଣଙ୍କର ମୃତ୍ୟୁ ହୋଇଛି ଓ ୨୭ ଜଣ ସୁସ୍ଥ ହୋଇଛନ୍ତି । ତାମିଲନାଡୁରେ ୧୦୪୩ ଆକ୍ରାନ୍ତ ହୋଇଥିବାବେଳେ ୧୧ ଜଣଙ୍କର ଜୀବନ ଯାଇଛି । ମଧ୍ୟପ୍ରଦେଶରେ ୫୬୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩୬ଜଣଙ୍କର ମୃତ୍ୟୁ ହୋଇଛି । ରାଜସ୍ଥାନରେ ୮୦୪, ତେଲେଙ୍ଗାନାରେ ୫୦୪, ଆନ୍ଧ୍ରପ୍ରଦେଶରେ ୪୨୭ ଜଣ ଆକ୍ରାନ୍ତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe