କରୋନା ପ୍ରଭାବ : କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଖିବାକୁ ମିଳିଲା ସାମଜିକ ଦୂରତ୍ୱର ଚିତ୍ର, ଦୂରେଇ ଦୂରେଇ ବସିଲେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ

780

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ଦେଶରେ ୨୧ ଦିନିଆ ତାଲାବନ୍ଦ ।  ଆଉ ଏଥିପାଇଁ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।  ତେବେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନେ ମଧ୍ୟ କଡାକଡି ଭାବେ ଏହି ପାଳନ ବି କରାଯାଉଛି । କେନ୍ଦ୍ର କ୍ୟାବିନେଟ ବୈଠକରେ ବି  ସାମାଜିକ ଦୂରତାର ଚିତ୍ର ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା  କ୍ୟାବିନେଟ ବୈଠକରେ  ମନ୍ତ୍ରୀମାନେ ଏହି ସାମାଜିକ ଦୂରତା ରକ୍ଷା କରୁଥିବା ଦେଖିବାକୁ ମିଳିଥିଲା  ।  ଏକ ଏକ ମିଟର ଦୂରତାରେ ବସିଥିଲେ ମନ୍ତ୍ରୀମାନେ ।

କରୋନା ସମ୍ମନ୍ଧିତ ମାମଲାରେ ଚର୍ଚ୍ଚା କରିବା ପାଇଁ କ୍ୟାବିନେଟ୍ ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ । କରୋନା ନେଇ ପ୍ରଧାନମନ୍ତ୍ରୀ ଗତକାଲି ଦ୍ୱିତୀୟ ଥର ଲାଗି ଦେଶକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସମାଜିକ ଦୂରତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଆଉ ଏହାର ପ୍ରଭାବ କ୍ୟାବିନେଟ ବୈଠକ ଉପରେ ଦେଖିବାକୁ ମିଳିଥିଲା ।