କରୋନିଲ ଭଲ କରିବ କରୋନା । ଦେଶରେ ସଂକ୍ରମଣ ହାର ବଢ଼ୁଥିବା ବେଳେ ଯୋଗଗୁରୁ ରାମଦେବ ବାବାଙ୍କ ବଡ଼ ଘୋଷଣା । ପତଞ୍ଜଳି ପ୍ରସ୍ତୁତ କଲା କରୋନା ଔଷଧ । କରୋନିଲ ବ୍ୟବହାର କରି ୩ ଦିନରେ ୬୯ ପ୍ରତିଶତ, ୭ ଦିନରେ ୧୦୦ ପ୍ରତିଶତ କରୋନା ରୋଗୀ ସୁସ୍ଥ ।

2,705

କନକ ବ୍ୟୁରୋ : କରୋନିଲ ଭଲ କରିବ କରୋନା । ଆୟୁର୍ବେଦ ଦ୍ୱାରା ଭଲ ହେବ ଭାଇରସ୍ ସଂକ୍ରମଣ । କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିବାକୁ ସାରା ବିଶ୍ୱରେ ରିସର୍ଚ୍ଚ ଚାଲିଥିବା ବେଳେ ଏଭଳି ଦାବି କରିଛନ୍ତି ଯୋଗଗୁରୁ ରାମଦେବ ବାବା । ଆଉ ଏହାରି ଭିତରେ ଅନେକ ଦେଶର ବିଭିନ୍ନ ଭ୍ୟାକସିନ୍ ବାହାର କରିବା ପାଇଁ ଦିନରାତି ରିସର୍ଚ୍ଚ ଚଳାଇଛନ୍ତି । ବିଶେଷଜ୍ଞଙ୍କ ମତ ଅନୁସାରେ ଆସନ୍ତା ବର୍ଷ ସୁଦ୍ଧା ଆସିପାରେ ଭାଇରସର ଔଷକ୍ଷ । ତେବେ ଏହାରି ଭିତରେ କରୋନାକୁ ନେଇ ଯୋଗ ଗୁରୁ ରାମଦେବ ବାବା ପ୍ରେସ୍ କନଫରେନ୍ସ କରିଛନ୍ତି । ଆୟୁର୍ବେଦିକ ଔଷଧ ଦ୍ୱାରା କରୋନାର ଚିକିତ୍ସା ସମ୍ଭବ ବୋଲି ସେ ପ୍ରକାଶ କରିଛନ୍ତି । ଆଉ ଏଥିପାଇଁ କୋରୋନି ନାମକ କାରୋନା ଔଷକ୍ଷ ଲଞ୍ଚ କରିବ ପତଞ୍ଜଳୀ ।

ପତଞ୍ଜଳୀ ଯୋଗପୀଠରେ ପ୍ରସ୍ତୁତ ହେଲା କରୋନା ଔଷଧ । ରାମଦେବ ବାବା କହିଛନ୍ତି କ୍ଲିନିକାଲ କଣ୍ଟ୍ରୋଲ ଷ୍ଟଡ଼ି କରିବା ପରେ ଏହି ଔଷକ୍ଷ ପ୍ରସ୍ତୁତ ହୋଇଛି । କେବଳ ଏତିକି ନୁହେଁ ୧୦୦ ଲୋକଙ୍କ ଉପରେ ଏହାର ଟେଷ୍ଟ ସଫଳ ହୋଇଥିବା କୁହାଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତିନି ଦିନ ମଧ୍ୟରେ ୬୫ ପ୍ରତିଶତ ରୋଗୀ ଏବଂ ସାତ ଦିନ ଭିତରେ ଶତ ପ୍ରତିଶତ ରୋଗୀ ଠିକ ହୋଇଥିବା ଦାବି କରିଛନ୍ତି ଯୋଗଗୁରୁ ।

ଏହି ଔଷଧ ବ୍ୟବହାର ଦ୍ୱାରା ଶତ ପ୍ରତିଶତ ସୁସ୍ଥ ହାର ଓ ଶୂନ୍ୟ ପ୍ରତିଶତ ମୃତ୍ୟୁ ହାର ଦାବି କରିଛନ୍ତି ରାମଦେବ । ଏବେ କରୋନିଲକୁ ନେଇ ଅନେକ ପ୍ରଶ୍ନ ଉଠିବ, ହେଲେ ସେସବୁର ଜବାବ ଦେବାକୁ ମୁଁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଅନୁସାରେ ଆୟୁର୍ବେଦର ସାହାଯ୍ୟ ନେଇ ଭାଇରସକୁ ମାତ ଦେବା ପାଇଁ ଔଷଧ ପ୍ରସ୍ତୁତ କରିସାରିଛି ପତଞ୍ଜଳି । କରୋନା ରୋଗ ଆସିବା ସଙ୍ଗେସଙ୍ଗେ ଔଷଧ ତିଆରି କରିବା ପାଇଁ ପତଞ୍ଜଳି ବୈଜ୍ଞାନିକ ମାନେ ପ୍ରସାୟ ଆରମ୍ଭ କରିଦେଇଥିଲେ । ଆଉ ଅନେକ ପ୍ରୟାସ ପରେ ଏବେ ପ୍ରୟାସ ସଫଳ ହୋଇଛି ।