କରୋନା ଭୟରେ କେନ୍ଦ୍ରାପଡାରେ ଯାତ୍ରା ବନ୍ଦ : ମାର୍ଚ୍ଚ ୩୧ ତାରିଖ ଯାଏଁ ଯାତ୍ରା ପରିବେଷଣ ଉପରେ ରୋକ ଲଗାଇଲେ ଜିଲ୍ଲାପ୍ରଶାସନ, ସଂକ୍ରମଣ ରୋକିବାକୁ କେନ୍ଦ୍ରାପଡା ପ୍ରଶାସନର ସତର୍କତା ମୂଳକ ପଦକ୍ଷେପ

423

କନକ ବ୍ୟୁରୋ : କରୋନା ଭୟରେ କେନ୍ଦ୍ରାପଡାରେ ଯାତ୍ରା ପରିବେଷଣ ଉପରେ କଟକଣା ଜାରି କରାଯାଇଛି । ଉପ ଜିଲ୍ଲାପାଳ ମାର୍ଚ୍ଚ ୩୧ ତାରିଖ ଯାଏଁ ଯାତ୍ରା ପରିବେଷଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡାରେ ଯାତ୍ରା ପରିବେଷଣ ଉପରେ ରୋକ ଲାଗିଛି । ଯାତ୍ରା ସମୟରେ ସଂଖ୍ୟାଧିକ ଲୋକ ଏକତ୍ରିତ ହେଉଥିବା ବେଳେ କରୋନା ଭୂତାଣୁ ସଂକ୍ରମଣକୁ ଆଖିରେ ରଖି ଏପରି ସତର୍କତାମୂଳକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।

କେନ୍ଦ୍ରାପଡ଼ା ଉପରେ ସମସ୍ତ ଯାତ୍ରା ପରିବେଷଣ ଉପରେ କଟକଣା । କରୋନା ପାଇଁ ସମସ୍ତେ ଆତଙ୍କିତ ଓ ଭୟଭୀତ ଥିବା ସମୟରେ ଏପରି ପଦକ୍ଷେପ ନେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭିଡ଼ ସ୍ଥାନରେ ନରହିବାକୁ ପରାମର୍ଶ ଦିଆଯାଇଛି । କେନ୍ଦ୍ରାପଡ଼ା ଯାତ୍ରା ପାର୍ଟି ଗୁଡ଼ିକ ଆଜି ଠାରୁ ଯାତ୍ରା ପରିବେଷଣ କରିବେ ନାହିଁ । ସ୍ଥାନୀୟ ତହସିଲଦାର ଓ ଆଇଆଇସି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯାତ୍ରା, ଯେଉଁଠି ଚାଲିଥିଲା ସେମାନେ ତୁରନ୍ତ ଯାତ୍ରା ବନ୍ଦ କରନ୍ତୁ ।

ଅନ୍ୟପଟେ ଆଗାମୀ ସମୟରେ ଯେଉଁ ଯାତ୍ରା ଦଳ ଗୁଡ଼ିକ ପରିବେଷଣ ପାଇଁ ଅନୁମତି ନେଇଥିଲେ ସେମାନେ ଆଉ କରିପାରିବେ ନାହିଁ । ମାର୍ଚ୍ଚ ୩୧ ତାରିଖ ଯାଏଁ ଯାତ୍ରା ପରିବେଷଣ ବନ୍ଦ ନିର୍ଦ୍ଦେ ଥିବାବେଳେ, ଆବଶ୍ୟକ ସ୍ଥଳରେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସମୟସୀମାକୁ ବଢ଼ାଇ ଦିଆଯିବାର ସମ୍ଭାବନା ରହିଛି ।