କରୋନା ପାଇଁ ଭୁବନେଶ୍ଵର ବିମାନ ବନ୍ଦରରେ କଟକଣା ବଢିଲା : ବିଦେଶରୁ ଆସୁଥିବା ଯାତ୍ରୀଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା , ଏଏଆଇ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯାଞ୍ଚ
କନକ ବ୍ୟୁରୋ : ଚୀନ୍ରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ଦିନକୁ ଦିନ ସାରାବିଶ୍ବରେ କାୟା ମେଲାଇ ଚାଲିଛି । ତେବେ ଏଥିରୁ ବର୍ତ୍ତିବା ପାଇଁ ଭୁବନେଶ୍ୱର ବିମାନବନ୍ଦରରେ କଟକଣା ବଢ଼ାଇ ଦିଆଯାଇଛି । ମାରାତ୍ମକ ଭାଇରସ୍ ଦାଉରୁ ଦେଶକୁ ସୁରକ୍ଷିତ ରଖିବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା ଚଳାଇଛନ୍ତି । ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ବିଦେଶ ଗସ୍ତ ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ଯାଂଚ କରାଯାଉଛି । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯାଞ୍ଚ କରାଯାଉଛି । କଡ଼ା ଯାଞ୍ଚ ପରେ ଅନୁମତି ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ଓଡିଶାରେ କରୋନା ଭୟ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । । ରାଜ୍ୟ ସରକାର ଏଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏ ମନ୍ତ୍ରୀ କହିଛନ୍ତି, ଦୁଇଟି ବିମାନବନ୍ଦର ଝାରସୁଗୁଡା ଓ ଭୁବନେଶ୍ୱର ଉପରେ କଡା ନଜର ରଖାଯାଇଛି । ରାଜ୍ୟରେ ଏଯାଏଁ କରୋନା ଚିହ୍ନଟ ହୋଇନି ।
ସେପଟେ ଚୀନରେ କରୋନା ପାଇଁ ତାଳଚେରରେ ସାର କାରଖାନା ପ୍ରଭାବିତ ହୋଇଛି । ତାଳଚେର ଏଫ୍ସିଆଇ ସାର କାରଖାନାର ପୁନଃଉଦ୍ଧାର କାମ ହାତକୁ ନେଇଥିଲା ଚୀନର ଉହାନ ସ୍ଥିତ ଏକ ଇଂଜିନିୟରିଂ ସଂସ୍ଥା । ଯାହାକୁ ନେଇ ଚୁକ୍ତି ମଧ୍ୟ ସ୍ୱାକ୍ଷର ହୋଇଛି । ୧୮ହଜାର କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ସାର କାରଖାନାର ବେସିକ ଡିଜାଇନ୍ ଠାରୁ ଆରମ୍ଭ କରି ପ୍ରଡକ୍ସନ ପର୍ଯ୍ୟନ୍ତ ସମସ୍ତ କାମ ଚୀନ ଉହାନ ସ୍ଥିତ ଇଂଜିନିୟରିଂ ସଂସ୍ଥା କରିବ ବୋଲି ଚୁକ୍ତିରେ ସ୍ୱାକ୍ଷର ହୋଇଛି । ଏଥିପାଇଁ ଉହାନର ୭୦୦ କର୍ମାଚାରୀ ଆସିବାର ସ୍ଥିର ହୋଇଥିଲା । ହେଲେ ଉହାନରେ କରୋନା ଭୂତାଣୁ କାରଣରୁ ସ୍ଥିତି ସଙ୍ଗୀନ ହେବା କାରଣରୁ ସେଠାକାର କର୍ମଚାରୀ ତାଲଚେର ସ୍ଥିତ ଏଫ୍ସିଆଇ ସାର କାରଖାନା ନିର୍ଦ୍ଧାରିତ ସମୟରେ ଆସି କାମରେ ଯୋଗ ଦେଇ ପାରି ନାହାଁନ୍ତି । ଫଳରେ ସାର କାରଖାନାର ପୁନଃଉଦ୍ଧାର କାମ ସଠିକ୍ ସମୟ ଭିତରେ ହୋଇପାରିବ କି ନାହିଁ, ସେ ନେଇ ଆଶଙ୍କା ଦେଖାଦେଇଛି ।
ଆକ୍ରାନ୍ତଙ୍କ ରକ୍ତ ପରୀକ୍ଷା ପୁଣେ ପଠାଯାଇଛି ।