ଆଜି କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧାଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ : ବୁଦ୍ଧ ପୂର୍ଣ୍ଣିମା ଅବସରରେ ଅନ୍ତର୍ଜାତୀୟ ବୌଦ୍ଧଧର୍ମ ସମ୍ମିଳନୀରେ ରଖିବେ ଅଭିଭାଷଣ,ଭାଗ ନେବେ ସାରା ବିଶ୍ୱର ବୁଦ୍ଧିଷ୍ଟ୍ ସଂଘ

237

କନକ ବ୍ୟୁରୋ : ଆଜି କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧାଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ହେବାକୁ ଥିବା ଅନ୍ତର୍ଜାତୀୟ ବୁଦ୍ଧିଷ୍ଟ ସମ୍ମିଳନୀରେ ଅଭିଭାଷଣ ରଖିବେ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ କରୋନା ଲଢ଼େଇରେ ସମ୍ମୁଖ ଯୋଦ୍ଧା ଯଥା ଡାକ୍ତର ନର୍ସ ତଥା ସ୍ୱାସ୍ଥ୍ୟକର୍ମୀଙ୍କ ଉର୍ଦ୍ଦେଶ୍ୟରେ ଅଭିଭାଷଣ ରଖିବେ । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏବଂ ଆନ୍ତର୍ଜାତୀକ ବୁଦ୍ଧିଷ୍ଟ କନ୍ଫେଡେରେସନ୍ ପକ୍ଷରୁ ଆଜି ଆୟୋଜିତ ହେବ ଏହି ସମ୍ମିଳନୀ । ଭର୍ଚୁଆଲ ମାଧ୍ୟମରେ ହେବାକୁ ଥିବା ଏହି ସମ୍ମଳିନୀରେ ବିଶ୍ୱର ବିଭିନ୍ନ ବୁଦ୍ଧିଷ୍ଟ୍ ସଂଘ ସାମିଲ ହୋଇ ସମୂହ ପ୍ରାର୍ଥନା କରିବେ ।

ଲୁମ୍ବିନୀ ଗାର୍ଡେନ୍, ମହାବୋଧୀ ମନ୍ଦିର, ପରୀନିବାସ ସ୍ତୁପ ସମେତ ଶ୍ରୀଲଙ୍କା, ନେପାଳ ଏବଂ ଭାରତର ବିଭିନ୍ନ ସ୍ଥାନରେ ଏହି ପ୍ରାର୍ଥନାର ଲାଇଭ୍ ଷ୍ଟ୍ରିମିଂ ବା ସିଧା ପ୍ରସାରଣ କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପର ମନ୍ତ୍ରୀ କିରନ୍ ରିଜିଜୁ ପ୍ରମୁଖ ଅଂଶଗ୍ରହଣ କରିବେ । ବୁଦ୍ଧ ପୂର୍ଣ୍ଣମା ଅର୍ଥାତ ବୁଦ୍ଧଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧଙ୍କ ଜୟନ୍ତୀ । କରୋନା ଯୋଦ୍ଧାଙ୍କ ଉର୍ଦ୍ଦେଶ୍ୟରେ ଏଭଳି ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

Comments are closed.