ତାଲାବନ୍ଦ କଟକଣା କୋହଳ ହେବା ପରେ ଦେଶରେ କାୟା ବିସ୍ତାର କରୁଛି କରୋନା : ଗଣମାଧ୍ୟମରେ ଚର୍ଚ୍ଚା, କଟକଣା କୋହଳ ପରେ ୨ ଗୁଣ ବଢ଼ିଲାଣି ଆକ୍ରାନ୍ତ ସଂଖ୍ୟା, ଦ୍ରୁତ ଗତିରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

848

କନକ ବ୍ୟୁରୋ : ଭାରତରେ ତାଲାବନ୍ଦ କଟକଣା ସାମାନ୍ୟ କୋହଳ ହେବା ମାତ୍ରେ କରୋନରେ ମୃତ୍ୟୁହାର ଦୁଇଗୁଣା ବଢିବାରେ ଲାଗିଛି । ଏନେଇ ଆର୍ନ୍ତଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଦେଶରେ ଲକ୍ଡାଉନ ପାଇଁ ଆକ୍ରାନ୍ତ୍ରଙ୍କ ସଂଖ୍ୟା ଯେତିକି ବୃଦ୍ଧି ପାଉଥିଲା, ତାହା ବର୍ତମାନ ପୂର୍ବଅପେକ୍ଷା ଅଧିକ ସଖ୍ୟାରେ ପହଂଚିଛି । ସେହିପରି ମୃତ୍ୟୁହାର ମଧ୍ୟ ଦୁଇଗୁଣା ବଢିଛି ।

ଶେଷ ୧୨ ଦିନ ମଧ୍ୟରେ ଭାରତରେ କରୋନାରେ ମୃତ୍ୟୁହାର ୯ ଦଶମିକ ୫ ପ୍ରତିଶତ ବଢିଥିବା ନେଇ ଆନ୍ତଜାତୀୟ ଜାତୀୟ ଗଣମାଧ୍ୟମ ସୂଚାଇଛି । ତେବେ ଏପ୍ରିଲ ମାସ ମଧ୍ୟ ଭାଗରୁ ବର୍ତମାନ ସୁଦ୍ଧା ପୂର୍ବର୍ଅପେକ୍ଷା କରୋନାରେ ସଂକ୍ରମଣ ହାର ଓ ମୃତ୍ୟୁ ହାର କ୍ରମାଗତ ଭାବେ ବଢୁଛି । ରାଜଧାନୀ ଦିଲ୍ଲୀରେ ଏକ ସପ୍ତାହ ମଧ୍ୟରେ ମୃତ୍ୟୁହାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶରେ ମଦ ଦୋକାନ ଖୋଲିବା ପରେ ଲୋକେ ଅନେକ ସ୍ଥାନରେ ସାମାଜିକ ଦୂରତା ମାନୁନାହାନ୍ତି ।