ଭାରତରେ ବଢୁଛି ସଂକ୍ରମଣ : ବର୍ତ୍ତମାନ ସୁଦ୍ଧା ୪ହଜାର ୬୭ ଜଣ ଆକ୍ରାନ୍ତ, ୧୦୯ ମୃତ . . .ସୁସ୍ଥ ହେଲେଣି ୨୯୧

Advertisment
ଭାରତରେ ବଢୁଛି ସଂକ୍ରମଣ : ବର୍ତ୍ତମାନ ସୁଦ୍ଧା ୪ହଜାର ୬୭ ଜଣ ଆକ୍ରାନ୍ତ, ୧୦୯ ମୃତ . . .ସୁସ୍ଥ ହେଲେଣି ୨୯୧

କନକ ବ୍ୟୁରୋ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ଟପିଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟନର ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ୪ହଜାର ୬୭ ଜଣ ଆକ୍ରାନ୍ତ ହୋଇଛନ୍ତି । ୧୦୯ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ୨୯୧ ଜଣ ସୁସ୍ଥ ହୋଇଛନ୍ତି । ଅର୍ଥାତ ଏବେ ୩ହଜାର ୬୬୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୬୯୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪୫ଜଣଙ୍କର ମୃତ୍ୟୁ ହୋଇଛି ।

ତାମିଲନାଡୁରେ ୫୭୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଦିଲ୍ଳୀରେ ୫୦୩ ଜଣ ସଂକ୍ରମିତ ରହିଛନ୍ତି । ସେପଟେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷରୁ ଅଧିକ ରହିଛି । ଏବଂ ମୃତକଙ୍କ ସଂଖ୍ୟା ୬୦ ହଜାର ଟପି ଯାଇଛି । କେବଳ ଆମେରିକାରେ ୩ଲକ୍ଷ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ୯ଜହାରରୁ ଅଧିକ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe