ଓଡ଼ିଶାରେ କରୋନା ଭୟ : ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା

Advertisment
କରୋନା ଭୟ: ରାଜଧାନୀର ସବୁ ସ୍କୁଲରେ ବଂଟାଯିବ ପେପର ସୋପ୍; କ୍ୟାପିଟାଲ ହାଇସ୍କୁଲ ବୁଲି ସଚେତନ କରାଇଲେ  ଗଣଶିକ୍ଷାମନ୍ତ୍ରୀ

କନକ ବ୍ୟୁରୋ : ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯଦିଓ ରାଜ୍ୟରେ ଏ ପର୍ଯ୍ୟନ୍ତ ଜଣେ ହେଲେ ବି କରୋନା ପଜିଟିଭ୍ ଥିବା ସ୍ପଷ୍ଟ ହୋଇନାହିଁ, ତଥାପି ସତକର୍ତାମୂଳକ ପଦକ୍ଷେପସ୍ବରୂପ ସ୍ବାସ୍ଥ୍ୟ ବିଭାଗ ସେମାନଙ୍କୁ ଆଇସୋଲେସନ୍‌ ୱାର୍ଡରେ ରଖିବା ପାଇଁ ନିଷ୍ପତ୍ତି ନେଇଛି। ଆଜି ପର୍ଯ୍ୟନ୍ତ ରାଜ୍ୟରେ ୮୩ ଜଣ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି ସ୍ବାସ୍ଥ୍ୟ ବିଭାଗ। ସେମାନଙ୍କ ମଧ୍ୟରୁ ଏବେ ୯ଜଣ ଘରେ ଆଇସୋଲେସନ୍‌ରେ ରହିଥିବା ବେଳେ ୩ଜଣ ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି।

ସ୍ବାସ୍ଥ୍ୟ ବିଭାଗ ଏ ପର୍ଯ୍ୟନ୍ତ ୮୩ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରିସାରିଛି। ଏବେ ସେମାନଙ୍କ ମଧ୍ୟରୁ ୯ଜଣ ସ୍ବାସ୍ଥ୍ୟ ବିଭାଗର ନଜରରେ ରହିଛନ୍ତି। କରୋନା ସନ୍ଦିଗ୍ଧଙ୍କ ଚିହ୍ନଟ ପାଇଁ ବିମାନବନ୍ଦର, ପାରାଦୀପ ବନ୍ଦରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜ୍ୟରୁ ଏ ପର୍ଯ୍ୟନ୍ତ ୭ ଜଣ ସନ୍ଦିଗ୍ଧଙ୍କ ନମୁନା ପୁନେସ୍ଥିତ ଏନ୍‌ଆଇଭିକୁ ପଠାଯାଇଥିବା ବେଳେ ସମସ୍ତ ନମୁନା ନେଗେଟିଭ୍‌ ଥିବା ଜଣାପଡ଼ିଥିଲା। ଏହାସହ ଛାତ୍ରଛାତ୍ରୀମାନେ କ‌ିଭଳି କରୋନା ଭୂତାଣରୁ ମୁକାବିଲା କରିବେ, ସେଥିପାଇଁ ସ୍ବତନ୍ତ୍ର ଭାବେ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe