କରୋନା ଭାଇରସ୍ ଭୟ : ଚୀନ ନାଗରିକଙ୍କ ଇ-ଭିଜା ସୁବିଧା ଉପରେ ଭାରତ ପକ୍ଷରୁ ସାମୟିକ କଟକଣା

200

କନକ ବ୍ୟୁରୋ : କରୋନା ଭାଇରସ୍ ପାଇଁ ଚୀନରେ ହାହାକାର । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି କରୋନା । ସୁରକ୍ଷା ଦୃଷ୍ଟିରୁ ଭାରତ ଚୀନ ନାଗରିକଙ୍କ ଅନଲାଇନ୍ ଭିଜା ଆବେଦନ ଉପରେ ସାମୟିକ କଟକଣା ଜାରି କରିଛି । ଏହାସହ ଚୀନରେ ଥିବା ଅନ୍ୟ ବିଦେଶୀ ନାଗରିକଙ୍କ ଭିଜା ଆବେଦନ ଉପରେ ମଧ୍ୟ କଟକଣା ଜାରି ହୋଇଛି ।

ସେପଟେ ସାରା ବିଶ୍ୱରେ ମାରାତ୍ମକ କରୋନା ଭୂତାଣୁ ଆକ୍ରାନ୍ତ ସଂଖ୍ୟା ୧୪ ହଜାର ୫୦୦ ଟପିଲାଣି । କେବଳ ଚୀନରେ ୩୦୦ ଜଣକ ଜୀବନ ନେଇସାରିଲାଣି ଏହି ମାରାତ୍ମକ ଭୂତାଣୁ । ଏପରି ସ୍ଥିତିରେ ଚୀନରେ ଥିବା ବିଭିନ୍ନ ଦେଶର ନାଗରିକଙ୍କୁ ନିଜ ନିଜ ଦେଶକୁ ଫେରାଇ ନେବାକୁ ଚାଲିଛି ପ୍ରକ୍ରିୟା । ମିଳିଛି ।

ଅନ୍ୟପଟେ କରୋନା ଭାଇରସକୁ ନେଇ ସାରା ଭାରତରେ ହାଇଆର୍ଲଟ ଜାରି କରାଯାଇଥିବା ବେଳେ କେରଳରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼କ୍ଟର ହର୍ଷବର୍ଦ୍ଧନ । ସ୍ୱାସ୍ଥ୍ୟ ମନ୍ତ୍ରଳାୟର ସୁଚନା ଅନୁସାରେ ରୋଗୀକୁ ସ୍ୱତନ୍ତ୍ର ନୀରିକ୍ଷଣରେ ରଖାଯାଇ ଚିକିତ୍ସା ସେବା ଯୋଗାଇଦିଆଯାଇଛି ।