ଦିଲ୍ଲୀରେ ପିଜା ଡେଲିଭରି ବଏ କରୋନା ପଜିଟିଭ୍ : ୭୨ ପରିବାରକୁ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ

1,586

କନକ ବ୍ୟୁରୋ : ଦିଲ୍ଲୀରେ ପିଜା ଡେଲିଭରି ବଏ କରୋନା ପଜିଟିଭ୍ । ଦକ୍ଷିଣ ଦିଲ୍ଲୀରେ ଏହି ଘଟଣାକୁ ନେଇ ବଢିଗଲାଣି ଚିନ୍ତା । କାରଣ ଯେଉଁ ପିଜା ଡେଲିଭରି ବଏଙ୍କ ଠାରେ କରୋନା ଭୂତାଣୁ ମିଳିଛି ସେ ୭୨ ଜଣଙ୍କୁ ପିଜା ଡେଲିଭରି କରିଛନ୍ତି । ଦକ୍ଷିଣ ଦିଲ୍ଲୀର ହଜ୍ ଖାସ୍ ଓ ମାଲବ୍ୟନଗର ଅଂଚଳରେ ସେ ୭୨ ପରିବାରକୁ ପିଜା ଡେଲିଭରି କରିଛନ୍ତି । ଏବେ ଏହି ଘଟଣା ପରେ ପରେ ୭୨ ପରିବାରକୁ ଘରେ ସଙ୍ଗରୋଧରେ ରଖାଯାଇଛି । ଏହା ସହିତ ପିଜା ଡେଲିଭରି ବଏ ସଂସ୍ପର୍ଶରେ ଆସିଥିବା ଅନ୍ୟ ୧୭ ଜଣ ପିଜା ଡେଲିଭରି ବଏଙ୍କୁ ମଧ୍ୟ କ୍ୱାରେଟାଂଇନରେ ରଖାଯାଇଛି ।

ଦିଲ୍ଲୀ ପୋଲିସ ସୂଚନା ଅନୁସାରେ ଏହି ପିଜା ଡେଲିଭରି ବଏ ଠାରୁ ପିଜା ନେଇଥିବା ୭୨ ଜଣଙ୍କର କୌଣସି ପରୀକ୍ଷା ହୋଇନାହିଁ । ସମସ୍ତଙ୍କର ପରିଚୟ ଗୁପ୍ତ ରଖିଛି ପ୍ରଶାସନ । ଏହି ପିଜା ଡେଲଭରି ବଏ ଗତ ମାର୍ଚ୍ଚ ଶେଷ ସପ୍ତାହରେ କାମରେ ଯୋଗ ଦେଇଥିଲା । ଏବଂ ଗତ ସପ୍ତାହରେ କରୋନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା ।